ଡକାୟତି ଯୋଜନା ବେଳେ ୬ଡକାୟତ ଗିରଫ
6/04/2019 at 1:19 PM

ବ୍ରହ୍ମପୁର ୬|୪ : ଡକାୟତ ଯୋଜନା ପଣ୍ଡ । ଗୋପାଳପୁର ପୋଲିସ ଦ୍ବାରା ୬ ଡକାୟତ ଗିରଫ । ଜାତୀୟ ରାଜପଥ ୧୬ ପାର୍ଶ୍ବ ଭକ୍ତସାଲବେଗନଗର ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ୬ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ବୋମା, ଲୁହା ରୋଡ୍, ୪ଟି ମାସ୍କ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଗିରଫ ୬ ଜଣ ବ୍ରହ୍ମପୁର ଗୋସାଣିନୂଆଗାଁ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।