Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସାଇକେଲ୍ ଯାତ୍ରା ପାଲଟିଲା ଶେଷ ଯାତ୍ରା: ଓଡିଶାକୁ ଫେରିବା ବେଳେ ବାଟରେ ଜୀବନ ହାରିଲେ ଯୁବକ, ଗତ ୧୦ ଦିନରେ ମାଲକାନଗିରିର ୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

19/05/2020 at 9:18 PM

ମାଲକାନଗିରି, ୧୯|୦୫:   କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଲାଗୁ ହୋଇଛି । ତେଣୁ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଲକଡାଉନ୍ ସାମାନ୍ୟା କୋହଳ ହେବା ପରେ ସେମାନେ ବିଭିନ୍ନ ଯାନବାହାନ ସାହାଯ୍ୟରେ ଓଡିଶା ଫେରୁଛନ୍ତି । ପବାସୀ ଓଡିଆ ଶ୍ରମିକଙ୍କ ପାଇଁ ମଧ୍ୟ ରାଜ୍ୟରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହଣୀ ଭଳି ବ୍ୟବସ୍ଥା କରାଯାଇଛି । ତେବେ ଗତ ୧୦ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ବାହାରକୁ ଯାଇଥିବା ୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଲାଣି । ମଙ୍ଗଳବାର ଚେନ୍ନାଇରୁ ମାଲକାନଗିରିକୁ ଆସୁଥିବା ଜଣେ ଯୁବକ ଜିଲ୍ଲାରେ ପହଁଚିବା ପୂର୍ବରୁ ପ୍ରାଣ ହରାଇଛନ୍ତି ।

ଲକଡାଉନ୍ ପାଇଁ କୌଣସି ଯାନବାହାନ ଚଳାଚଳ କରୁନଥିବାରୁ ଚେନ୍ନାଇ କାଭରପେଟା ଥାନା ପୋନେରି ତାଲୁକରେ କାମ କରୁଥିବା ମାଲକାନଗିରି ଏମପିଭି ୭୩ ଗ୍ରାମର ସତ୍ୟନାରାୟଣ ବିଶ୍ୱାସ ଅନ୍ୟ କିଛି ଯୁବକଙ୍କ ସହ ମିଶି ଜିଲ୍ଲାକୁ ଫେରୁଥିଲେ । କିନ୍ତୁ ପ୍ରବଳ ଖରା ସାଙ୍ଗକୁ ଭୋକ ଉପାସରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଏହାପରେ ସାଙ୍ଗମାନେ ତାଙ୍କୁ ଏକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ସେହିପରି ଏମପିଭି ୭୩ ଗ୍ରାମର ମୋଟୁ ହାଲଦାରଙ୍କ ପୁତ୍ର ମିର୍ଗାଙ୍କ ହାଲଦାର ଚେନ୍ନାଇର ସଇଦେପଟା ଅଞ୍ଚଳରେ କାମ କରୁଥିଲେ । ଗତ କିଛିଦିନ ତଳେ ସେ ଅସୁସ୍ଥ ହୋଇପଡିଥିଲେ ମଧ୍ୟ ଲକଡାଉନ୍ ପାଇଁ ଘରକୁ ଫେରିପାରି ନଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ସୁଦୂର ଚେନ୍ନାଇକୁ ରୋଜଗା ପାଇଁ ଯାଇଥିବା ମିର୍ଗାଙ୍ଗ ଫେରିବା ବଦଳରେ ତାଙ୍କ ଶବ ଘରକୁ ଫେରିଥିଲା ।

ଏତତ୍ ବ୍ୟତୀତ ଏମପିଭି ୪୧ ଗ୍ରାମର ଗୋବିନ୍ଦ ମଲ୍ଲିକ କିଛିମାସ ତଳେ ଓ୍ୱାରେଙ୍ଗଲକୁ କାମ କରିବାକୁ ଯାଇଥିଲେ । ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା । ସେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଆହୁରି ମଧ୍ୟ  ମାଥିଲି ତାଗୁଡା ଗ୍ରାମର ଜଳନ୍ଧର ନାୟକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମାଡିଗୁଡମରେ ଏକ ପଥର ଖାଦାନରେ କାମ କରୁଥିଲେ । ଲକଡାଉନ୍ ପାଇଁ ସେ ଆଉ ଘରକୁ ଫେରିପାରି ନଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ମୃତଦେହ ଆଜି ସନ୍ଧ୍ୟା ସୁଦ୍ଧା ଗ୍ରାମରେ ପହଁଚିପାରି ନାହିଁ । ଏହାସହ ଗତ ୫ ଦିନ ତଳେ ମାଲକାନଗିରି ବ୍ଲକ ସେରପାଲି ଗ୍ରାମର ବାସୁଦେବ ମାଡକାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚଙ୍ଗର ଗ୍ରାମର କସା ମାଡକାମୀଙ୍କର ମଧ୍ୟ ରାଜ୍ୟ ବାହାରେ ମୃତ୍ୟୁ ଘଟିଥିଲା ।  

   Related Posts