Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ମୋ ସରକାର ଅଧୀନକୁ ଆସିଲା ଆହୁରି ୬ଟି ସରକାରୀ ବିଭାଗ

1/12/2019 at 5:27 PM

ଭୁବନେଶ୍ୱର ୧।୧୨-   ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ଠୁ ‘ମୋ ସରକାର’ ଅଧୀନକୁ ଆସିଲା ଆଉ ୬ଟି ବିଭାଗ।  ସରକାରଙ୍କ କାଳିଆ ଯୋଜନା ଠୁ ଆରମ୍ଭ କରି ୬ଟି ବିଭାଗର ୧୦ଟି ଯୋଜନାରେ ମୋ ସରକାର ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଲୋକଙ୍କୁ ସଠିକ ସମୟରେ ଠିକ୍ ସେବା ଯୋଗାଇଦେଇ ହେବ ବୋଲି ରାଜ୍ୟ ସରକାରଙ୍କର ଯୁକ୍ତି। ସେପଟେ ବିରୋଧୀ କିନ୍ତୁ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ନାରାଜ। ନିଜ ଅପାରଗତା ଲୁଚାଇବାକୁ ସରକାରଙ୍କ ଏହା ଆଉ ଏକ ଚାଲ୍ ବୋଲି ବିରୋଧୀ କହିଛନ୍ତି । …

‘ମୋ ସରକାର’ ଅଧୀନକୁ ଆସିଲା ‘କାଳିଆ’ ଯୋଜନା। କେବଳ ‘କାଳିଆ’ ନୁହେଁ ଚାଷୀ ପଞ୍ଜୀକରଣ ସହିତ ସରକାରଙ୍କ ୬ଟି ବିଭାଗର ୧୦ଟି ଯୋଜନାରେ ଆଜିଠୁ ‘ମୋ ସରକାର’ ଲାଗୁ ହୋଇଛି। କୃଷି ବିଭାଗର ‘କାଳିଆ’ ଯୋଜନା, ଚାଷୀ ପଞ୍ଜିକରଣ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ମିଶନ ଶକ୍ତି। ପାନୀୟ ଜଳ ଯୋଗାଣ ବିଭାଗର ପାନୀୟ ଜଳ ଯୋଗାଣ ଯୋଜନା। ପରିବହନ ବିଭାଗର ସାରଥି ଓ ବାହନ ଆପ୍ । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଜିଠାରୁ ‘ମୋ ସରକାର’ ଅଧୀନକୁ ଆସିଛି। ସେହିପରି ଏସବୁ ଯୋଜନାର ତଥ୍ୟ ପ୍ରସ୍ତୁତ କରିବାରେ କାର୍ଯ୍ୟ କରୁଥିବା ଇଲୋକ୍ଟ୍ରୋ ଏନ୍‌ଆଇସି(NIC) ଏବଂ ଆଇଟି ବିଭାଗ ମଧ୍ୟ ମୋ ସରକାର ଅଧୀନକୁ ଆସିଛି। ଏହାଦ୍ବାରା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। … 

 ପୂର୍ବରୁ ଥାନା ଓ ଡାକ୍ତରଖାନାରେ ମୋ ସରକାର ଲାଗୁ ହୋଇ ସାରିଛି। ଶନିବାର ଯୋଗାଣ ମନ୍ତ୍ରୀ କଲସେଣ୍ଟରରୁ ସିଧାସଳଖ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ସେପଟେ ବିରୋଧୀ କହିଛନ୍ତି, ଏହା ସରକାର ଭିତରେ ଆଉ ଏକ ସରକାର। ନିଜର ଅପାରଗତାକୁ ଲୁଚାଇବାକୁ ନୂଆ ଫନ୍ଦି।…

 ପୂର୍ବରୁ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ ଅଧିନକୁ ଆସିବା ପରେ ବିଭାଗୀୟ ଅଧିକାରୀ ମାନେ ଘନ ଘନ ଜିଲ୍ଲା ଗସ୍ତ କରି ଲୋକେ କିଭଳି ସେବା ପାଉଛନ୍ତି ତାହାର ତଦାରଖ କରିଛନ୍ତି। …

   Related Posts