ସାପ କାମୁଡାରେ ଗଲା ୬ ଜୀବନ : ଗଞ୍ଜାମରେ ମା’ ପୁଅ ଓ ଅନୁଗୋଳରେ ଦୁଇ ଜାଆଁଳା ଭଉଣୀ ମୃତ
23/09/2019 at 1:45 PM

ବ୍ରହ୍ମପୁର ୨୩।୯: ଗଞ୍ଜାମ ଜିଲ୍ଲାରେ ସାପ କାମୁଡାରେ ପୃଥକ ପୃଥକ ସ୍ଥାନରେ ୩ଜଣଙ୍କର ମୃତ୍ୟୁ ହୋଇଛି । କୋଦଳା ଡି ନୂଆଁପଲି ଗାଁରେ ସାପ କାମୁଡାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ ଉଭୟ ମା’ ଏବଂ ପୁଅକୁ ସାପ କାମୁଡିଦେଇଥିଲା । ମୃତକ ହେଲେ ମନାସ ପରିଡା ଓ ଶିଶୁପୁତ୍ର ଆଶିଷ ପରିଡା ।

ସେହିପରି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସାହୁ । କୃଷ୍ଣଚନ୍ଦ୍ର ଘରେ ଶୋଇଥିବା ବେଳେ ସାପ ତାଙ୍କୁ କାମୁଡି ଦେଇଥିଲା ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ତାଳପଦା ପଞ୍ଚାୟତ ଗୁରୁମ ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଧରିତ୍ରୀ ପାତ୍ର । ଧରିତ୍ରୀ ରାତିରେ ଶୋଇଥିବା ବେଳେ ସାପ କାମୁଡି ଥିଲା ।

ସେହିପରି ଅନୁଗୋଳରେ ମଧ୍ୟ ସାପ କାମୁଡାରେ ଦୁଇ ଜାଆଁଳା ଭଉଣୀଙ୍କର ମୃତ୍ୟୁ ହୋଇଥିଲା ।