ଦୁନିଆକୁ ଏକାଠି ଆସିଥିଲେ ଦୁଇ ଭଉଣୀ, ସାପ କାମୁଡାରେ ଚାଲିଗଲେ ବି ଏକାଠି: ଗୋଟିଏ ଦିନରେ ସର୍ପଦଂଶନ ୬ ମୃତ

Published By : Prameya-News7 Bureau | September 23, 2019 IST

ଭୁବନେଶ୍ବର୨୩|୯: ସାପ ଆତଙ୍କ ।ଜୀବନ ନେଉଛି ବିଷଧର ସାପ ।ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୬ ଜଣ ପ୍ରାଣ ହରାଇଛନ୍ତି ।ମୃତକଙ୍କ ମଧ୍ୟରେ ଅନୁଗୁଳରେ ଜାଆଁଳା ଭଉଣୀ ଅଛନ୍ତି ।ଗଞ୍ଜାମ ଜିଲ୍ଲାରେ ସାପ କାମୁଡାରେ ମା’ ପୁଅ ପ୍ରାଣ ହରାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜଣେ ପ୍ରାଣ ହରାଇଛନ୍ତି ।…

{"id":161316}

ଏକାଠି ହୋଇ ଦୁନିଆକୁ ଆସିଥିଲେ. ଆଉ ଏକାଠି ଆଖିବୁଜିଦେଲେ। କେଉଁଠି ଥିଲା ଏକ ତକ୍ଷକ ଆସି ଏକାଥରେ ଦୁଇ ଭଉଣୀ ଦଂଶନ କରି ଚାଲିଗଲା। ଏମିତି ଅବସ୍ଥାରେ ଅନୁଗୁଳ ବେନ୍ତପୁର ଗାଁରେ ୨ ଯାଆଁଳା ଭଉଣୀ ରୋଜାଲିନ ସାହୁ ଓ ସୁଜାତା ସାହୁଙ୍କ ମୃତ୍ୟୁ ହୋଇଛି । ରବିବାର ରାତିରେ ସେମାନେ ଶୋଇଥିବା ବେଳେ ସାପ କାମୁଡ଼ି ଥିଲା । ପରିବାର ଲୋକେ ସେମାନଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ନିଆଯାଇଥିଲା। କିନ୍ତୁ ବାଟରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ମେଡିକାଲରୁ ମୃତଦେହ ଆସିବା ପରେ ଗାଁରେ  ଥିଲା କିନଛି ଏମିତି ପରିବେଶ । ହତବାକ ହୋଇଯାଇଥିଲେ ପୂରା ପରିବାର ।…

{"id":161444}

ଗଞ୍ଜାମ କୋଦଳା ଡି. ନୂଆପଲ୍ଲୀ  ଗାଁରେ ସାପ କାମୁଡ଼ାରେ ମା’ ଓ ପୁଅର ମୃତ୍ୟୁ ଘଟିଛି । ଗାଁର କାଳୁ ପରିଡ଼ାଙ୍କ ପତ୍ନୀ ମନାସ ପରିଡ଼ା ଓ ପୁଅକୁ ସାପ କାମୁଡ଼ି ଥିଲା। ଡାକ୍ତରଖାନାକୁ ନେବା ବାଟରେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ମନାସ ଆଖି ବୁଜିଦେଇଥିଲେ। ସେହିପରି କବିସୂର୍ଯ୍ୟନଗର ଥାନା ଏ. ବରିଡ଼ା ଗାଁର କୃଷ୍ଣଚନ୍ଦ୍ର ସାହୁ ଶୋଇଥିବା ବେଳେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ।ସେପଟେ କେନ୍ଦୁଝର ଗୁରୂମ ଗାଁରେ ଧରିତ୍ରୀ ପାତ୍ର ନାମକ ଜଣେ ମହିଳା ଶୋଇଥିବା ବେଳେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ।

{"id":161445}

ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ପ୍ରତିଦିନ ରାଜ୍ୟରେ ହାରାହାରି ୨ ଜଣଙ୍କର ସାପ କାମୁଡ଼ାରେ ଜୀବନ ଯାଉଛି ।ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ମୟୂରଭଞ୍ଜ ଥିବା ଗଞ୍ଜାମ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଜିଲ୍ଲା ରହିଛି। ।ସାପ କାମୁଡ଼ା ଯୋଗୁଁ ଘଟୁଥିବା ମୃତ୍ୟୁ ମଧ୍ୟରୁ ୬୦ ପ୍ରତିଶତ କ୍ଷେତ୍ରରେ ଡାକ୍ତରଖାନାରେ ଆଣ୍ଟି ଭେନମ୍‌ ସେରମ୍ ନଥିବା ସ୍ଥିତିକୁ ସଂଗୀନ କରିଛି।

ରାଜ୍ୟ ସରକାର ୨୦୧୫ରୁ ସାପ କାମୁଡ଼ାକୁ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ବୋଲି ଘୋଷଣା କରିସାରିଛନ୍ତି ।ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୯୫୪ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଲେଣି । ରାଜ୍ୟରେ ଗ୍ରାମାଞ୍ଚଳରେ ଅନେକ ସମୟରେ ଲୋକେ ସାପ କାମୁଡ଼ା ପରେ ଡାକ୍ତରଖାନା ନ ନେଇ ଘରୋଇ ଚିକିତ୍ସା ଏବଂ ଗୁଣିଆର ସହାୟତା ନେଉଥିବାରୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.