ଭୟାବହ ଅଗ୍ନିକାଣ୍ଡ : ୫ ଜଣଙ୍କର ମୃତ୍ୟୁ, ୧୧ ଗୁରୁତର

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬|୮: ଦକ୍ଷିଣ ଦିଲ୍ଲୀର ଜାକିରନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଜଣାପଡିଛି | ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

{"id":141312}

ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ବହୁ ସଂଖ୍ୟାରେ ଗାଡି ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରଥମେ ତଳ ମହଲରେ ନିଆଁ ଲାଗିଥିଲା । ପରେ ଦେଖୁ ଦେଖୁ ଏହା ଉପର ମହଲା ଯାଏଁ ବ୍ୟାପିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.