ବହରାଇଚରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ମୃତ,୧୦ଆହତ

Published By : Prameya-News7 Bureau | November 02, 2020 IST

ବହରାଇଚ ୨/୧୧: ଉତ୍ତରପ୍ରଦେଶର ବହରାଇଚରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି। ସଡ଼କ ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଗୋଣ୍ଡା-ବହରାଇଚ ରାଜପଥରେ ଶିବଦହା ମୋଡ଼ ପାଖରେ ସୋମବାର ସକାଳେ ତୀର୍ଥଯାତ୍ରୀ ଭ୍ୟାନକୁ ଅଜଣା ଗାଡ଼ି ଧକ୍କା ମାରିଛି।

ଏହା ପରେ ଗାଡ଼ି ଅନିୟନ୍ତ୍ରିତ ହୋଇ ଓଲଟି ଯିବାରୁ ୬ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ୧୦ଜଣ ଆହତଙ୍କୁ ଚିକିତ୍ସା​‌ ପାଇଁ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଛି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ପାଇ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ତୀର୍ଥସ୍ଥାନରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଆମ୍ବେଦକରନଗରର କିଛୌଛାରେ ଶ୍ରଦ୍ଧାଳୁ ତୀର୍ଥଯାତ୍ରା ଯାଇଥିଲେ। ସେଠାରୁ ଭଗବାନଙ୍କୁ ଦର୍ଶନ କରି ଲଖୀମପୁର ଫେରୁଥିଲେ।

ଶିବଦହା ମୋଡ଼ ପାଖରେ କୌଣସି ଏକ ଅଜଣା ବାହନ ଭ୍ୟାନକୁ ଧକ୍କା ଦେଇଥିଲା ଯାହା ଫଳରେ ୬ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଗୁରୁତରଙ୍କୁ ବହରାଇଚ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.