Sunday, January 19, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍‌କୁ ଧକ୍କା ଦେଲା ବସ୍, ୬ ମୃତ ୧୦ ଗୁରୁତର

ପୁନେ ୧୨।୯: ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବସ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥ ସତାରା ଛକରେ ଘଟିଛି ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସଟି ମୁମ୍ବାଇରୁ କର୍ଣ୍ଣାଟକ ଯାଉଥିଲା। ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି । ଟ୍ରକକୁ ପିଟିବା ପରେ ବସର ଆଗପଟ ଭାଙ୍ଗିରୁଜି ଚୁରାମାର ହୋଇଯାଇଛି।

3037 Views

   ସମ୍ବନ୍ଧିତ ଖବର


Loading...