ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୬ ଡକାୟତ

Published By : Prameya-News7 Bureau | July 25, 2019 IST

ଗଞ୍ଜାମ୨୫|୭: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅଂଚଳରେ ଡକାୟତି ଯୋଜନା ପଣ୍ଡ | ଜାତୀୟ ରାଜପଥ ୫୯ ନନ୍ଦିଘୋର ବିଶ୍ରାମଗାରଠାରୁ ଧରାକୋଟ ପୋଲିସ ୬ଜଣ ଡକାୟତଙ୍କୁ ଗିରଫ କରିଛି | ଧରାପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ଧରାକୋଟ ପୋଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି।

ପୋଲିସର ସୂଚନାନୁଯାୟୀ, ଗୋଟିଏ ନମ୍ବର ବିହୀନ କଳା ପଲସର ବାଇକ, ଦୁଇଟି  ହାତ  ଭିଡା ବୋମା,  ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି ଅଭିଯୁକ୍ତଙ୍କଠାରୁ ପୋଲିସ ଜବତ କରିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.