୬ କୁଖ୍ୟାତ ଡକାୟତ ଗିରଫ ; ନଗଦ ଟଙ୍କା, ମୋବାଇଲ ସହ ମାରଣାସ୍ତ୍ର ଜବତ

Published By : Prameya-News7 Bureau | February 14, 2019 IST

ଯାଜପୁର ୧୪|୨: ଯାଜପୁରରୁ ୬ କୁଖ୍ୟାତ ଡକାୟତ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ନଗଦ ୧୮ହଜାର ଟଙ୍କା, ୬ଟି ମୋବାଇଲ୍, ଗୋଟିଏ ଭୁଜାଲୀ, ଏକ ଡିକି ଭଙ୍ଗା ଯନ୍ତ୍ର ଓ ୪ଟି ବାଇକ୍ ଜବତ କରାଯାଇଛି । ଘଟଣାରେ ସଂପୃକ୍ତ ଥିବା ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

ଗତ ୧ ତାରିଖ ରାତିରେ ପାଣିକୋଇଲି ବଜାରରେ ଆଳୁ ଗୋଦାମ କରିଥିବା ପବତ୍ର ସ୍ୱାଇଁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ । ୭ ରୁ ୮ଜଣ ଯୁବକ ତାଙ୍କ ପିଛା କରି କାଙ୍କଲା-ବଣିଆଗଡ଼ିଆ ରାସ୍ତାର ଏକ ନିଛାଟିଆ ରାସ୍ତାରେ ତାଙ୍କୁ ଅଟକାଇଥିଲେ । ବେକରେ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । 

ଏ ନେଇ ପାଣିକୋଇଲି ଥାନାରେ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଖମରା, ତାଳଚେର, ବଅଁରପାଳ, ଭୁବନ, ଯାଜପୁର ରୋଡ, ଟମକା  ଆଦି ସ୍ଥାନରେ ଚଢ଼ଉ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁ ବିଭିନ୍ନ୍ନ ଥାନରେ ଅପରାଧିକ ମାମଲା ଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.