Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କୃଷକଙ୍କୁ ମୋଦି ସରକାରଙ୍କ ଭେଟି, ୬ ରବି ଫସଲର ଏମ୍‌ଏସ୍‌ପି ବୃଦ୍ଧି

8/09/2021 at 5:32 PM

ନୂଆଦିଲ୍ଲୀ, ୦୮/୦୯: କେନ୍ଦ୍ର ସରକାର ବୁଧବାର ଚଳିତ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ସର୍ବନିମ୍ନ ମୂଲ୍ୟ ବା ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଗହମର ସର୍ବନିମ୍ନ ମୂଲ୍ୟ ପ୍ରତି କ୍ୱିଣ୍ଟାଲ୍‌ ୪୦ଟଙ୍କା ବଢାଇ ଦିଆଯାଇଛି । ଦାମ୍‌ରେ ବୃଦ୍ଧି ପରେ ଗହମ ୨୦୧୫ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ରେ ବିକ୍ରି କରିବେ କୃଷକ । ଏହାଛଡ଼ା ସୋରିଷର ଏମ୍‌ଏସ୍‌ପି ୪୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ ବୃଦ୍ଧି କରାଯାଇଥିବା ବେଳେ ଏହାର ଦାମ୍‌ ୫,୦୫୦ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଥିବା ଜଣାପଡ଼ିଛି ।

ଜୋର ଦାମ୍‌ରେ ୩୫ଟଙ୍କା ବୃଦ୍ଧି କରାଯିବା ଫଳରେ ଏହାର ଦାମ୍‌ ୧୬୩୫ ପ୍ରତି କ୍ୱିଣ୍ଟାଲ୍‌ରେ ପହଞ୍ଚିଛି । ଚଣାର ଦାମ୍‌ରେ ୧୩୦ ଟଙ୍କା ବୃଦ୍ଧି କରାଯାଇଛି । ଏହାର ଦାମ୍‌ କ୍ୱିଣ୍ଟାଲ ପ୍ରତି ୫,୨୩୦ଟଙ୍କା ହୋଇଛି । ମସୁରର ସର୍ବନିମ୍ନ ମୂଲ୍ୟରେ ୪୦୦ ଟଙ୍କା ବୃଦ୍ଧି ହେବା ପରେ ଦାମ୍‌ ୫,୫୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍ ହୋଇଛି । କୁସୁମ୍‌ର ଏମ୍‌ଏସ୍‌ପି ୧୧୪ ବୃଦ୍ଧି ହୋଇ ୫,୪୪୧ ପ୍ରତି କ୍ୱିଣ୍ଟାଲ୍ ହୋଇଛି ।      

ଆଧିକାରୀକ ସ୍ତରରୁ ମଳିଥିବା ସୂଚନା ଅନୁସାରେ, ୨୦୨୧-୨୨ ଫସଲ ବର୍ଷ ଏବଂ ୨୦୨୨-୨୩ ମାର୍କେଟିଂ ସିଜନ୍‌ ପାଇଁ ଏହି ୬ଟି ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି ।  

   Related Posts