Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ

18/04/2021 at 8:56 AM

ଭୋପାଳ,୧୮/୦୪: ସାରା ଦେଶରେ କରୋନା ଭାଇରସର ସଂକ୍ରମଣ ବଢିବଡି ଚାଲିଛି । ଦୈନିକ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଅନେକ ହସ୍ପିଟାଲେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍ ଅଭାବ ଦେଖିବାକୁ ମିଳିଛି । ଏପିରିକି ଅମ୍ଲଜାନ ଓ ଭେଣ୍ଟିଲେଟରର ମଧ୍ୟ ଅଭାବ ଦେଖାଯାଇଛି । ଏହାମଧ୍ୟରେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ  ଅଭାବନୀୟ ଘଟଣା ଘଟିଛି । ଅମ୍ଳଜାନ ଅଭାବରୁ ୬ ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି ।

ସୂଚନାନୁସାରେ, ମଧ୍ୟପ୍ରଦେଶର ଶାହଡୋଲ ମେଡିକାଲ କଲେଜରେ ଅନେକ କରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ସେମାନଙ୍କ ପାଇଁ ସେଠାରେ ଆବଶ୍ୟକୀୟ ଅମ୍ଳଜାନ ନଥିଲା । ଫଳରେ ଶନିବାର ବିଳମ୍ବିତ ରାତ୍ରରେ ୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମେଡିକାଲ କଲେଜର ଡିନ୍ ଡ. ମିଲିନ୍ଦ ଶିରାଲକର କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରୁ ୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏବେ ହସ୍ପିଟାଲରେ କେବଳ ଅତି ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଦିଆଯାଉଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ବିଦେଶରୁ ୫୦ ହଜାର ଟନ୍ ଅକ୍ସିଜେନ ଆମଦାନୀ ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

   Related Posts