Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମାଲକାନଗିରିରେ ପୁଣି ଅଜଣା ରୋଗର ଆତଙ୍କ : ୧୫ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ

11/11/2019 at 9:55 AM

ମାଲକାନଗିରି ୧୧/୧୧: ମାଲକାନଗିରିରେ ଆଜଣା ରୋଗର ଆତଙ୍କ । କାଳିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ତାମନପାଲ୍ଲୀ ଗାଁରେ ବ୍ୟାପୁଛି ଅଜଣା ରୋଗ । ମାତ୍ର ୧୫ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ । ଖାଲି ହୋଇଯାଉଛି ମାଆ କୋଳ । କାନ୍ଦ ବୋ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । କୁନି କୁନି ଶିଶୁଙ୍କୁ ଏହି ରୋଗ ମାଡିବସୁଛି ।

  ପ୍ରଥମେ ଜ୍ବର, କାଶ, ଥଣ୍ଡା ଓ ବାରମ୍ବାର ବାନ୍ତି ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହେଉଛି । ଏବେବି ୭ଜଣ ଶିଶୁ ସମାନ ରୋଗରେ ପୀଡିତ ଅଛନ୍ତି । ଖବର ପାଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗର ଲକ୍ଷ୍ୟଣ ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ମାଲକାନଗିରି CDMO ମଧ୍ୟ ଗାଁରେ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଆକ୍ରାନ୍ତ ଶିଶୁମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି । ପୁଣିଥରେ ଜାପାନୀ ଏନସେଫାଲାଇଟିସ ରୋଗ ଫେରିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଉତ୍ତର ନଥିବା ଜଣାପଡିଛି । ୨୦୧୬ରେ କାଲିମେଳାର ବିଭିନ୍ନ ସ୍ଥାନରେ ଜାପାନୀ ଜ୍ବର ଯୋଗୁ ଶତାଧିକ ଶିଶୁଙ୍କ ଜୀବନ ଯାଇଥିଲା । ଏବେ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ।…

   Related Posts