Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଯୋଗୀ ଆଦିତ୍ୟନାଥ ଏବଂ ମାୟାବତୀଙ୍କୁ ଶକ୍ତ ଝଟ୍‌କା, ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଲେ ୭ ବିଧାୟକ

30/10/2021 at 4:54 PM

ଲକ୍ଷ୍ନୌ ୩୦/୧୦ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ହାଇଡ୍ରାମା । ବହୁଜନ ସମାଜବାଦୀ ପାର୍ଟିକୁ ବାଏ ବାଏ କରି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି ୬ ଜଣ ନିଲମ୍ବିତ ବିଧାୟକ । ଏହା ସହିତ କ୍ଷମତାରେ ଥିବା ଯୋଗୀ ସରକାରଙ୍କର ଜଣେ ବିଧାୟକ ମଧ୍ୟ ଦଳ ଛାଡି ଅଖିଳେଶ ଯାଦବଙ୍କ ଦଳରେ ସାମିଲ ହୋଇଛନ୍ତି ।  

ଶନିବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ୭ ଜଣ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଦଳର ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସାଇକେଲରେ ବସିଛନ୍ତି ବିଏସ୍‌ପିରୁ ନିଲମ୍ବିତ ୬ ଏବଂ ବିଜେପିର ଜଣେ ବିଧାୟକ । ଅଖିଳେଶ ଯାଦବ କହିଛନ୍ତି, ୟୁପିରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଉପରେ ଲୋକମାନଙ୍କ ଆକ୍ରୋଶ ଏତେମାତ୍ରାରେ ବଢିଗଲାଣି ଯେ, ଆଗାମୀ ଦିନରେ ଏହି ଦଳ ପୁରା ରାଜ୍ୟରୁ ସଫା ହୋଇଯିବ ।

अखिलेश यादव की मौजूदगी में सभी 7 विधायकों ने ली सपा की सदस्यता.

ଅଖିଳେଶ କହିଛନ୍ତି, ‘ଆହୁରି ଅନେକ ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟ ଦଳର ନେତା ସମାଜବାଦୀ ପାର୍ଟିରେ ସାମିଲ ହେବାକୁ ଚାହୁଁଛନ୍ତି । ଆଗାମୀ ଦିନ​‌ରେ ସେମାନେ ମଧ୍ୟ ଆସି ଦଳରେ ସାମିଲ ହେବେ । ଗତ ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୁରଣ କରିନାହିଁ । ତେଣୁ ଏଭଳି ସ୍ଥାଣୁ ସରକାରକୁ ଲୋକମାନେ ଜବାବ ଦେବେ ।’

ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର କିନ୍ତୁ ପ୍ରତିଶ୍ରୁତି ଆଜି ପାଣିର ଗାର । ଚାଷୀଙ୍କ ଆୟ ଦୁଇଗୁଣା କେବେ ହେବ ତାହା ଏବେ ପ୍ରଶ୍ନ କରୁଛନ୍ତି ଚାଷୀ । ଦରଦାମ ବୃଦ୍ଧି ଏବଂ ତେଲ ଦର ଅହେତୁକ ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଟ କରିପକାଇଲାଣି । ତେଣୁ ଆଗାମୀ ଦିନରେ ବିଜେପିକୁ ଜନସାଧାରଣ ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ।

ବହୁଜନ ସମାଜବାଦୀ ପାର୍ଟି ଛାଡି ଏସ୍‌ପିରେ ସାମିଲ ହୋଇଥିବା ବିଧାୟକ ମାନେ ହେଉଛନ୍ତି, ଅସଲମ ରାଇନୀ, ଅସଲମ ଅଲୀ ଚୌଧୁରୀ, ମୁଜତବା ସିଦ୍ଧିକି, ହାକିମ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବ ଏବଂ ସୁଷମା ପଟେଲ । ଏହା ବାଦ ବିଜେପି ଛାଡି ଅଖିଳେଶ ଯାଦବଙ୍କ ଦଳରେ ସାମିଲ ହୋଇଥିବା ବିଧାୟକ ହେଉଛନ୍ତି ସୀତାପୁର ବିଧାୟକ ରାକେଶ ରାଠୋର ।  

   Related Posts