ପୋଲିସ ଭୂମିକାରେ କମାଲ ଲାଗନ୍ତି ବଲିଉଡର ଏହି ୬ଜଣ ଅଭିନେତ୍ରୀ

Published By : Prameya-News7 Bureau | May 02, 2019 IST

wp:heading {"level":5}
ମୁମ୍ବାଇ୨|୫: ବଲିଉଡର ସବୁ ଫିଲ୍ମରେ ପୋଲିସ ଭୂମିକା ନିହାତି ଭାବେ ଥାଏ। ବଲିଉଡରେ ଏମିତି ଅନେକ ହିଟ୍‌ ଫିଲ୍ମ ଅଛି ଯେଉଁଥିରେ ପୋଲିସର ଚରିତ୍ର ଫିଲ୍ମରେ ମୁଖ୍ୟ ଭୂମିକା ।  ଅଜୟ ଦେବଗନ, ସଲମାନ ଖାନ, ଅକ୍ଷୟ କୁମାର ଭଳି ଅଭିନେତା ପୋଲିସ ଭୂମିକାରେ ବଲିଉଡ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଦର୍ଶକ ଏହି ଅଭିନେତାଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପୋଲିସ ଭୂମିକାରେ ଅଭିନୟ କରି ବେଶ ଦମଦାର ରେସପନ୍ସ ସାଉଁଟିଛନ୍ତି । ପୋଲିସ ଭଳି ପେଷା ପ୍ରତି ସାଧାରଣ ନଜରିଆ ବଦଳାଇ ଦେଇଛନ୍ତି । ପୋଲିସ ପେଷା ଯେ, ହଟ ଓ ଗ୍ଲେମର୍ସ ହୋଇପାରେ ଏହି ଅଭିନେତ୍ରୀଙ୍କୁ ପୋଲିସ ପୋଷାକରେ ଦେଖିବାମାତ୍ରେ ଏକ ବଦ୍ଧମୂଳ ଧାରଣା ତିଆରି ହେବ ନିଶ୍ଚୟ । ଏହି ଅଭିନେତ୍ରୀଙ୍କୁ ମହିଳା ପୋଲିସ ଭୂମିକାରେ ଅଭିନୟ କରିବା ମଧ୍ୟ ବେଶ ସୁଟ କରିଛି । ସେଇମାନଙ୍କ ମଧ୍ୟରୁ କେତେଜଣ ହେଲେ-
/wp:heading {"id":109961}

୧- ପ୍ରିୟଙ୍କା ଚୋପଡା: ବଲିଉଡ ତଥା ହଲିଉଡର ଚର୍ଚ୍ଚିତା ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ପୋଲିସ ଡ୍ରେସ ବେଶ ମାନେ। ଫିଲ୍ମ ଗଙ୍ଗାଜଳର ସିକ୍ୱଲ ଜୟ ଗଙ୍ଗାଜଳରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ଜଣେ ପୋଲିସର ଚରିତ୍ରରେ ଦେଖିବାକୁ ମିଳିଥିଲେ। ତାଙ୍କର ଏହି ଅବତାର ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମରେ ପ୍ରିୟଙ୍କା ଆଭା ମାଥୁର ଭୂମିକାରେ ଅଭିନୟ କରିଥିଲେ। ସମଗ୍ର ଦେଶରେ ଆଭା  କ୍ରାଇମ୍‌ ଓ କରପସନ ବିପକ୍ଷରେ ପଦକ୍ଷେପ ନେଇ ଦେଶକୁ ଅପରାଧମୁକ୍ତ କରିବାକୁ ଚାହିଁଥିଲେ। ଏଥିପାଇଁ ସେ ଏକା ଲଢୁଥିଲେ। ଏହି ମହିଳା ପୋଲିସ ଭୂମିକାରେ ସେ ପର୍ଫେକ୍ଟ ଲାଗିଥିଲେ।

{"id":109962}

୨- ତବ୍ବୁ: ମହିଳା ପୋଲିସ ଭୂମିକାରେ ତବ୍ବୁ କମାଲ ଦେଖାଯିବା ସହ ପରଦାରେ ଧମାଲ କରିଥିଲେ। ଲୁକ୍‌ ବ୍ୟତୀତ ସେ ଏହି ଚରିତ୍ରରେ ଖୁବ୍‌ ଭଲ ଅଭିନୟ କରିଥିଲେ। ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଦ୍ଦୃଶ୍ୟମରେ ତବ୍ବୁ ପୋଲିସ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତବ୍ବୁଙ୍କ ଅଭିନୟ ଦର୍ଶକ ବହୁତ ପସନ୍ଦ କରିଥିଲେ। ଇନସ୍ପେକ୍‌ଟର ମୀରା ଦେଶମୁଖ ଚରିତ୍ରରେ ସେ ଫିଲ୍ମରେ ଅଭିନୟ କରିଥିଲେ।

{"id":109963}

୩- ରାନୀ ମୁଖର୍ଜ୍ଜି: ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମର୍ଦ୍ଦାନି ବକ୍ସ ଅଫିସ୍‌ରେ ଧମାଲ କରିଥିଲା। ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ କିଛି ଦିନ ଯାଏଁ ହଇଚଇ ସୃଷ୍ଟି କରିଥିଲା। ଫିଲ୍ମରେ ରାନୀ ଶିୱାଜି ରାଓ ନାମକ ଜଣେ ମହିଳା ପୋଲିସଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦ୍ବାରା ରାନୀ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। ଏହି ଚଳଚ୍ଚିତ୍ରରେ  ରାନୀ ଦମଦାର ଫାଇଟ୍‌ ମଧ୍ୟ କରିଥିଲେ। ଏହି ଫିଲ୍ମର ସଫଳତା ସେତେବେଳେ ଅନ୍ୟ ଫିଲ୍ମକୁ ଫ୍ଲପ କରିଥିଲା। ସୂଚନାଯଓଗ୍ୟ ଯେ, ରାନୀ ଆଗାମୀ ଫିଲ୍ମ ମର୍ଦ୍ଦାନୀ ୨ରେ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମର ଫାଷ୍ଟ ଲୁକ୍‌ କିଛି ଦିନ ତଳେ ରିସିଜ କରାଯାଇଛି।

{"id":109964}

୪- ମାଧୁରୀ ଦିକ୍ଷିତ: ବଲିଉଡର ଧକ୍‌ ଧକ୍‌ ଗର୍ଲ ମାଧୁରୀ ନିଜ ନୃତ୍ୟ ପାଇଁ ଫେମସ। କିନ୍ତୁ ସେ ପୋଲିସ ଭୂମିକାରେ ଅଭିନୟ କରି ପ୍ରତିଷ୍ଠା ଲାଭ କରିଥିଲେ। ସଂଜୟ ଦତ୍ତଙ୍କ ଫିଲ୍ମ ଖଲନାୟକରେ ମାଧୁରୀ ମହିଳା କନ୍‌ଷ୍ଟେବଲ ଭୂମିକାରେ ଅଭିନୟ କରିଥିଲେ। ଏହା ସହ ସେ ପ୍ରେମ ଦିୱାନେ ଫିଲ୍ମରେ ମଧ୍ୟ ମହିଳା ଇନସ୍ପେକ୍‌ଟର ଭୂମିକାରେ ଅଭିନୟ କରିଥିଲେ।

{"id":109965}

୫- ହେମା ମାଳିନୀ: ପୂରୁଣା ଫିଲ୍ମ ଦେଖୁଥିବା ଲୋକମାନେ ଦୁର୍ଗା ଦେବି ସିଂହ ନାମକ ଜଣେ ମହିଳା ପୋଲିସଙ୍କୁ ନିହାତି ମନେ ରଖିଥିବେ। କାରଣ ଏହି ଭୂମିକାରେ ଡ୍ରିମ୍‌ ଗର୍ଲ ହେମା ମାଳିନୀ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ରଜନୀକାନ୍ଥ ମଧ୍ୟ ଅଭିନୟ କରିଥିଲେ। ଦୁଇ ସୁପରଷ୍ଟାର ଥାଇ ମଧ୍ୟ ହେମାଙ୍କର ଏହି ରୋଲ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।

{"id":109966}

୬- ରେଖା : ବଲିଉଡର ଏଭରଗ୍ରୀନ ବିଉଟି ତଥା ଲିଜେଣ୍ଡ ଅଭିନେତ୍ରୀ ରେଖା ମଧ୍ୟ ନିଜ ଫିଲ୍ମ କ୍ୟାରିଅରରେ ମହିଳା ପୋଲିସ ଭୂମିକାରେ ଅଭିନୟ କରିଥିଲେ। ୧୯୯୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଫୁଲ ବନେ ଅଙ୍ଗାରରେ ରେଖା ତାଙ୍କ ଅଭିନୟ ଦ୍ବାରା ବହୁ ଲୋକପ୍ରିୟତା ହାସଲ କରିଥିଲେ। ଫିଲ୍ମ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ ରେଖାଙ୍କ ବିପକ୍ଷରେ ରଜନୀକାନ୍ଥ ମୁଖ୍ୟ ଭୂମିକାରେ ଅଭିନୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.