ବଲିଉଡର ଏହି ୬ ଜଣ ଅଭିନେତା ପିନ୍ଧନ୍ତି ଶସ୍ତା ପୋଷାକ, ରାସ୍ତାକଡରୁ କଣିବାକୁ ମଧ୍ୟ କରନ୍ତିନି ଲାଜ

Published By : Prameya-News7 Bureau | May 20, 2019 IST

wp:heading {"level":5}
ମୁମ୍ବାଇ୨୦|୫: ବଲିଉଡ ଷ୍ଟାରମାନେ ସବୁବେଳେ ନିଜ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ଏହି ଜିନିଷର ସଉକ ରଖନ୍ତି ନାହିଁ। ଶସ୍ତା ପୋଷାକ ପିନ୍ଧି ମଧ୍ୟ ସେମାନେ ବେଶ ଷ୍ଟାଇଲିସ୍‌ ଲାଗନ୍ତି।
/wp:heading {"id":113910}
wp:heading {"level":5}
ନୱାଜୁଦ୍ଦିନ ସିଦ୍ଦିକୀ: ବଲିଉଡରେ ପାଦ ଦେବା ପୂର୍ବରୁ କଠିନ ସଂଘର୍ଷ କରିଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନୱାଜୁଦ୍ଦିନ । ବହୁତ ପରିଶ୍ରମ କରିଲା ପରେ ସେ ପରଦାରେ ଦେଖିବାକୁ ମିଳିଥିଲେ। ତାଙ୍କ ଅଭିନୟ ଦ୍ବାରା ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ନୱାଜୁଦ୍ଦିନଙ୍କ ଅନୁସାରେ ମଣିଷ ଯେତେ ସଫଳ ହେଉ ନାଁ କାହିଁକି କିନ୍ତୁ ନିଜ ଅତୀତକୁ କେବେ ଭୁଲିବା ଅନୁଚିତ୍‌। ସେ ସାଧାରଣ ମଣିଷ ଭାବେ ନିଜ ଜୀବନ କାଟିବାକୁ ପସନ୍ଦ କରନ୍ତି ବୋଲି ନୱାଜୁଦ୍ଦିନ କହିଥିଲେ।
/wp:heading {"id":113912}
wp:heading {"level":5}
ସନୀ ଦିଓଲ: ସନୀ ଦିଓଲଙ୍କୁ ପୂର୍ବରୁ ବଲିଉଡର ସିଂହ କୁହାଯାଉଥିଲା। ସନୀଙ୍କୁ ପୋଷାକ କିଣାକିଣିରେ ଟଙ୍କା ଖର୍ଚ୍ଚ କରିବା ପସନ୍ଦ କରନ୍ତି ନାହିଁ। ଷ୍ଟାଇଲିସ୍‌ ପୋଷାକ ପିନ୍ଧିବାର ସଉକ ରଖନ୍ତି ନାହିଁ ସନୀ। ସେ କୁହନ୍ତି ଯେ, ତାଙ୍କୁ କଂର୍ଫଟେବଲ୍‌ ଡ୍ରେସ ପିନ୍ଧିବା ପସନ୍ଦ । କାରଣ ସେ ସାଧାରଣ ଲାଇଫ ଷ୍ଟାଇଲ ବଞ୍ଚିବା ପସନ୍ଦ କରନ୍ତି।
/wp:heading {"id":113913}
wp:heading {"level":5}
ଅକ୍ଷୟ କୁମାର: ବଲିଉଡର ଶ୍ରେଷ୍ଠ ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୧୯ ମସିହାର ସବୁଠୁ ଷ୍ଟାଇଲିସ୍‌ ଅଭିନେତା ପାଇଁ ଆୱାର୍ଡ ମିଳିଥିଲା। କିନ୍ତୁ ଅସଲ ଜୀବନରେ ସେ କୌଣସି ବ୍ରାଣ୍ଡେଡ ପୋଷାକ ପିନ୍ଧନ୍ତି ନାହିଁ। ସାଧାରଣ ପୋଷାକରେ ମଧ୍ୟ ସେ ଏହି ଆୱାର୍ଡ ହାସଲ କରିଥିଲେ। ତାଙ୍କୁ ନର୍ମାଲ ଲୁକ୍‌ରେ ରହିବା ପାଇଁ ଭଲ ଲାଗେ। ସେ ଅଧିକ ରାତି ଯାଏଁ କାମ କରିବା ମଧ୍ୟ ପସନ୍ଦ କରନ୍ତି ନାହିଁ।
/wp:heading {"id":113914,"width":587,"height":394}
wp:heading {"level":5}
ଇମ୍ରାନ ହାସମୀ: ଇମ୍ରାନ ହାସମୀଙ୍କୁ ବଲିଉଡର ସିରିଏଲ କିସ୍ସର ବୋଲି କୁହାଯାଏ। ତାଙ୍କ ଅଭିନୟ ଯୋଗୁଁ ସେ ଯୁବ ପିଢିର ଖୁବ ପ୍ରିୟ। ଖୁବ କମ ଦିନ ମଧ୍ୟରେ ସେ ତାଙ୍କ ଅଭିନୟ ପାଇଁ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। ଇମ୍ରାନଙ୍କୁ ରାସ୍ତା କଡରୁ ପୋଷାକ କିଣିବା ପାଇଁ ଖରାପ ଲାଗେ ନାହିଁ। ସେ କୌଣସି ସାଧାରଣ ପୋଷାକ ପିନ୍ଧିବା ପାଇଁ ସଂକୋଚ କରନ୍ତି ନାହିଁ। ପୋଷାକର ମୂଲ୍ୟଠୁ ଅଧିକ ସେ ନିଜ ପସନ୍ଦ ଦେଖନ୍ତି। ଟଙ୍କା ଦେଖି ପୋଷାକ ବାଛିବା ଅନୁଚିତ୍‌ ବୋଲି ଇମ୍ରାନ କୁହନ୍ତି।
/wp:heading {"id":113917}
wp:heading {"level":5}
ସୁଶାନ୍ତ ସିଂହ ରାଜପୁତ: ଏମ୍‌ଏସ ଧୋନି ଫିଲ୍ମରୁ ସଫଳତା ହାସଲ କରିଥିବା ଅଭିନେତା ଛୋଟ ପରଦାରେ ଅଭିନୟ କରି ବଡ ପରଦାରେ ପାଦ ଦେଇଥିଲେ। ରାସ୍ତା ସାଇଡ୍‌ରୁ ପୋଷାକ କିଣିବାରେ ଲାଜ କରନ୍ତି ନାହିଁ ବୋଲି ସୁଶାନ୍ତ କହିଥିଲେ।  ସେ ଆରାମଦାୟକ କପଡା ପିନ୍ଧିବା ପସନ୍ଦ କରନ୍ତି।
/wp:heading {"id":113918}
wp:heading {"level":5}
ରାଜକୁମାର ରାଓ:  ରାଜକୁମାର ଏମିତି ଜଣେ ଅଭିନେତା ଯିଏ ନିଜ ପ୍ରତିଭା ଓ କଠିନ ପରିଶ୍ରମ ଯୋଗୁଁ ବଲିଉଡରେ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି।ଅଭିନୟ ଯୋଗୁଁ ଦର୍ଶକଙ୍କ ଦିଲ୍‌ରେ ରାଜ କରୁଥିବା ରାଜକୁମାର ସାଧାରଣ ଜୀବନ ବଞ୍ଚିବା ପସନ୍ଦ କରନ୍ତି। କେବଳ ବ୍ରାଣ୍ଡେଡ କପଡା ପିନ୍ଧିଲେ ଯେ, ମଣିଷ ଷ୍ଟାଇଲିସ୍‌ ଦଖାଯିବ ତାହା ଭୁଲ ବୋଲି କୁହନ୍ତି ରାଜକୁମାର। ଭଲ ବ୍ୟକ୍ତିତ୍ବ ଭଲ ପୋଷାକ ପିନ୍ଧିବାରେ ଦେଖାଯାଏ ବ୍ରାଣ୍ଡେଡ ନୁହଁ।
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.