Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କୋଟିପତିରୁ କାଙ୍ଗାଳ ହୋଇଛନ୍ତି ଏହି ୬ ଶିଳ୍ପପତି, ଜାଣନ୍ତୁ ସେମାନେ କିଏ

27/09/2020 at 4:59 PM

ନୂଆଦିଲ୍ଲୀ ୨୭।୯: ବିଶ୍ବର ଅନ୍ୟତମ ପ୍ରମୁଖ ଶିଳ୍ପପତି ଅନୀଲ ଅମ୍ବାନୀ କାଙ୍ଗାଳ ହେବାର ଅତି ନିକଟରେ ପହଞ୍ଚିସାରିଲେଣି । ସେ ନିଜେ ବ୍ରିଟେନର ଏକ କୋର୍ଟରେ ସ୍ବୀକାର କରିଛନ୍ତି ଯେ, ଓକିଲ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ନାହିଁ । ସେ ତାଙ୍କର ମୂଲ୍ୟବାନ ଗହଣା ବିକ୍ରିକରି ଫି ଦେଉଛନ୍ତି । କେବଳ ଅନୀଲ ଅମ୍ବାନୀ ଦେଶର ଏକମାତ୍ର ଶିଳ୍ପପତି ନୁହଁନ୍ତି ଯିଏ କୋଟିପତିରୁ କାଙ୍ଗାଳ ହେବା ସ୍ଥିତିରେ ପହଞ୍ଚିସାରିଲେଣି । ଏହା ପୂର୍ବରୁ କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି. ସିଦ୍ଧାର୍ଥ, ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ନରେଶ ଗୋୟଲ, ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଏବଂ ଫୋର୍ଟିସ୍ ହେଲଥ କେୟାରର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂହ ଏବଂ ଶିବିନ୍ଦର ସିଂହ ମଧ୍ୟ ଏହି ଶ୍ରେଣୀରେ ସାମିଲ ଅଛନ୍ତି ।

sakshi

ଶିଳ୍ପପତି ଅନୀଲ ଅମ୍ବାନୀ ପ୍ରାୟ ୧୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୧୦ ଶିଳ୍ପପତିଙ୍କ ମଧ୍ୟରେ ରହିଆସୁଥିଲେ । ୨୦୦୫ରେ ବାପାଙ୍କର ସମ୍ପତ୍ତି ଭାଗବଣ୍ଟା ହେବା ପରେ ମୁକେଶ ଅମ୍ବାନୀ ଏବଂ ଅନୀଲ ଅମ୍ବାନୀ ସମାନ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ । ୨୦୦୭ରେ ଅନୀଲ ନିକଟରେ ପ୍ରାୟ ୪୫ ଅରବ ଏବଂ ମୁକେଶ ଅମ୍ବାନୀଙ୍କ ନିକଟରେ ପ୍ରାୟ ୪୯ ଅରବ ସମ୍ପତ୍ତି ରହିଥିଲା । ୨୦୦୮ରେ ଫୋର୍ବସ୍ ତାଲିକାରେ ଅନୀଲ ଅମ୍ବାନୀ ୪୨ ଅରବ ଡଲାର ସମ୍ପତ୍ତି ସହ ବିଶ୍ବର ଷଷ୍ଠ ସବୁଠୁ ଧନୀ ବ୍ୟକ୍ତି ଥିଲେ । ମାତ୍ର ପରେ ଅନୀଲ ଅମ୍ବାନୀଙ୍କ ବ୍ୟବସାୟ ବୁଡିଗଲା ।

mysirsa

ଅର୍ଥ ବିଶାରଦମାନଙ୍କ ମତରେ ସମ୍ପତ୍ତି ଭାଗବଣ୍ଟା ବେଳେ ଅନୀଲ ଅମ୍ବାନୀଙ୍କୁ ଯେଉଁ କମ୍ପାନୀଗୁଡିକ ମିଳିଥିଲା ସେ ସେଥିପ୍ରତି ଧ୍ୟାନ ଦେଇଥିଲେ ।  ଏହାକୁ ଅଣଦେଖା କରି ଅନ୍ୟ ସେକ୍ଟରରେ ସେ ପୁଞ୍ଜି ବିନିଯୋଗ କରିଥିଲେ । ୨୦୧୭ରେ ରିଲାଏନ୍ସ କମ୍ୟୁନିକେସନ୍ ତାର ଓୟାରଲେସ୍ ବ୍ୟବସାୟ ବନ୍ଦ କରିଦେଲା । ୨୦୧୮ ମସିହା ମେ ମାସରେ ଏହି କମ୍ପାନୀକୁ ବନ୍ଦ କରିବାକୁ ଅନୀଲ ଅମ୍ବାନୀ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ଏହି କମ୍ପାନୀ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଅଧୀନରେ ଆସିଥିଲା ​​। ୨୦୧୯ ମସିହା ମେ ମାସରେ ରିଲାଏନ୍ସ କ୍ୟାପିଟାଲ ତାର ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ ବିକ୍ରି କରିଦେଲା । ୨୦୨୦ରେ ରିଲାଏନ୍ସ ପାୱାର ୬୮୫ କୋଟି ଟଙ୍କା ଋଣ ପରିଶୋଧ କରିପାରିନଥିଲା । ଅନ୍ୟପଟେ ରିଲାଏନ୍ସ ଇନଫ୍ରା ଉପରେ ୧୪୮ ଟଙ୍କା ଋଣ ବଢି ଯାଇଥିଲା । ଏହିଭଳି ତାଙ୍କର ଅନ୍ୟ କମ୍ପାନୀ ମଧ୍ୟ କ୍ଷତି ହେବା ଯୋଗୁଁ ଦେବାଳିଆ ହୋଇଗଲା।

jagran

ସେହିପରି କଫି କାଫେ ଡେ’ର ମାଲିକ ଭି.ଜି ସିଦ୍ଧାର୍ଥ ୨୦୧୯ ମସିହାରେ ଋଣ କାରଣରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦେଶର ଜଣେ ସଫଳ ବ୍ୟବସାୟୀମାନଙ୍କ ମଧ୍ୟରୁ ଜଣେ ଥିଲେ ଭି.ଜି. ସିଦ୍ଧାର୍ଥ | କାଫେ କଫି ଡେ’ର ପ୍ରତିଷ୍ଠାତା ୫ ଲକ୍ଷ ଟଙ୍କାରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ସେ ଏକ ଅରବ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ମଧ୍ୟ ହୋଇଯାଇଥିଲେ । ତେବେ ପରେ ସେ ଋଣ ଜାଲରେ ଫସିଯାଇଥିଲେ । ଯାହା ଫଳରେ ସେ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ସୁଇସାଇଡ୍ ଲେଟରରେ ଋଣଦାତାଙ୍କ ଚାପ ଏବଂ ଆୟକର ଅଧିକାରୀଙ୍କ ଦ୍ବାରା ନିର୍ଯ୍ୟାତିତ ହେଉଥିବା ଉଲ୍ଲେଖ କରିଥିଲେ ।

mysirsa

ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଏକଦା ଏଭିଏସନ କିଙ୍ଗ୍ ବୋଲି କୁହାଯାଉଥିଲା। ଗୋୟଲ ୧୯୯୧ରେ ଜେଟ୍ ଏୟାରୱେଜ୍ ର ଆରମ୍ଭ କରିଥିଲେ । ଦେଖୁ ଦେଖୁ ଏହି କମ୍ପାନୀ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢିବା ଆରମ୍ଭ କରିଦେଇଥିଲା । ପରେ ନରେଶ ଗୋୟଲଙ୍କ ଭୁଲ ନିଷ୍ପତ୍ତି ପାଇଁ କମ୍ପାନୀକୁ ଋଣ ନେବାକୁ ପଡିଥିଲା । ପ୍ରକୃତରେ ଜେଟ୍ କୁ ବିଦେଶକୁ ଉଡାଣର ଏକମାତ୍ର କମ୍ପାନୀ କରିବା ପାଇଁ ଗୋୟଲ ୨୦୦୭ରେ ଏୟାର ସାହାରାକୁ ୧୪୫୦ କୋଟି ଟଙ୍କାରେ କ୍ରୟ କରିଥିଲେ । ସେବେଠାରୁ କମ୍ପାନୀକୁ ଅର୍ଥାଭାବ ଦେଖାଦେଇଥିଲା । ଜେଟ୍ ଏୟାରୱେଜ୍ ଉପରେ ପ୍ରାୟ ୨୬ ବ୍ୟାଙ୍କର ୮,୫୦୦ କୋଟି ଟଙ୍କାର ଋଣ ଥିଲା । ସେମାନଙ୍କ ଚାପରେ ନରେଶ ଗୋୟଲଙ୍କୁ ମାର୍ଚ୍ଚ ମାସରେ କମ୍ପାନୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ବର୍ତ୍ତମାନ ଇଡି ଏହି ମାମଲାର ତଦନ୍ତ କରୁଛି ।

mysirsa

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ୟେସ୍ ବ୍ୟାଙ୍କର ସହ-ପ୍ରବର୍ତ୍ତକ ରାଣା କପୁରଙ୍କ ଲଣ୍ଡନରେ ଥିବା ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟରେ ସିଜ୍ କରିଛି। ଇଡି ଏହା ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ପିଏମଏଲଏ ଅଧିନରେ ରାଣା କପୁରଙ୍କ ୨୨୦୩ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି। ରାଣା କପୁରଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମାର୍ଚ୍ଚ ମାସରେ ଗିରଫ କରିଥିଲା। ସେ ବର୍ତ୍ତମାନ ଜେଲର ଚାରିକାନ୍ଥ ଭିତରେ ଅଛନ୍ତି।

mysirsa

ବୃହତ୍ତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ର୍ୟାନବକ୍ସିର ପୂର୍ବତନ ପ୍ରମୋଟର ଭାଇ ମଲବିନ୍ଦର ଏବଂ ଶିବିନ୍ଦର ସିଂହଙ୍କୁ ଜାପାନୀ କମ୍ପାନୀ ଡାଏଚି ସାଙ୍କ୍ୟୋ ମାମଲାର ଅବମାନନାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୯ରେ ଜେଲ୍ ଯିବାକୁ ପଡିଥିଲା । ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡାଏଚି ସାଙ୍କ୍ୟୋ ୩୫୦୦ କୋଟି ଟଙ୍କା ନ ଦେବାକୁ ନେଇ ଉଭୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଫୋର୍ବସ୍ ୨୦୧୫ର ଭାରତର ସବୁଠାରୁ ଧନୀ ତାଲିକାରେ ଉଭୟ ୩୫ତମ ସ୍ଥାନରେ ରହିଥିଲେ । ସେତେବେଳେ ସେମାନଙ୍କର ସମ୍ପତ୍ତି ୨.୫ ଅରବ ଡଲାର ଥିଲା।

   Related Posts