Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚନ୍ଦନ କାଠ ଚୋରୀ ଅଭିଯୋଗରେ ୬ ଗିରଫ

15/11/2020 at 10:00 PM

ଖଲ୍ଲିକୋଟ୧୫/୧୧: ମନ୍ଦିର ପରିସରରେ ଥିବା ଚନ୍ଦନ ଗଛ ଚୋରୀ ଅଭିଯୋଗରେ ୬ ଗିରଫ। ମିଳିଥିବା ସୂଚନା ମୁତାବକ, କଳମ୍ବ ରାସ୍ତାରେ ଥିବା ଲଙ୍ଗଳେଶ୍ୱର ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରୀ ହୋଇଛି। ଗତ ୪ ତାରିଖ ରାତିରେ ଦୁର୍ବୃତ୍ତମାନେ ଚନ୍ଦନଗଛ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଚୋରୀ କରିବା ଉଦ୍ଦେଶ୍ୟରେ ସବୁ ଗଛଗୁଡିକୁ ହାଣି ଦେଇଥିଲେ ଚୋର। କିଛି ଗଛ ଚୋରୀ ନେଇଯାଇଥିବା ବେଳେ ଆଉ କିଛି ଚନ୍ଦନ ଗଛ ଛାଡି ଦେଇ ଯାଇଥିଲେ। ଏ ସମ୍ପର୍କରେ ଗତ ୭ ତାରିଖରେ ମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ ଏବଂ ସଭ୍ୟମାନେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ।

ପୋଲିସ ଘଟଣାର ତଦନ୍ତ କରି ଆଜି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଢ ପାଟଣା ଗ୍ରାମ ଖଦାଳ ସାହିର ସୁରେନ୍ଦ୍ର ନାହାକ , ପଦ୍ମନାଭ ନାହାକ , ପ୍ରକାଶ ନାହାକ , ଅଙ୍ଗଦ ନାହାକ ଓ ବିପିନ ନାହାକ ଏବଂ ଖୋର୍ଦ୍ଧା ଜିଲ୍ଲାର ନିଳାକାରପୁର ଥାନା ଅନ୍ତର୍ଗତ ମେହେରାମ ପୁର ଗ୍ରାମର କବିର ହୁସେନ୍‌କୁ ଗିରଫ କରିଥିବା ଆଜି ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ସୂଚନା ଦେଇଛନ୍ତି।

   Related Posts