Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

୨ ବାଇକ ସହ ଗୋଟିଏ ଅଟୋ ଏବଂ ୬୪୦ ଲିଟର ଦେଶୀ ରନ୍ଧା ମଦ ଜବତ: ୬ ଗିରଫ

29/10/2020 at 9:25 PM

ଭଦ୍ରକ୨୯/୧୦: ଅବକାରୀ ବିଭାଗର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ। ୬୪୦ ଲିଟର ଦେଶୀ ମଦ ଜବତ । ଚୋରା ମଦ ଚାଲାଣ ଓ ବିକ୍ରିରେ ବ୍ୟବହାର ହେଉଥିବା ୨ଟି ବାଇକ ସହ ଏକ ଅଟୋ ମଧ୍ୟ ଜବତ ହୋଇଛି । ଭଦ୍ରକ ଅବକାରୀ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ମିର୍ଜାପୁର , ତିହିଡି , ପାଳିଆ , ଲଞ୍ଜାତାରା ଓ ବିଲଣା ଆଦି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଦେଶୀ ମଦର ପରିମାଣ ହେଉଛି ୬୪୦ ଲିଟର । ମଦ ଚାଲାଣରେ ବ୍ୟବହାର ହେଉଥିବା ଦୁଇଟି ବାଇକ ଓ ୧ ଅଟୋକୁ ମଧ୍ୟ ଜବତ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନI ଅନ୍ତର୍ଗତ ବରପଦା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମାଲବାହୀ ଅଟୋରୁ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଗରପଡ଼ା ଥାନା ଅନ୍ତର୍ଗତ ପନ୍ଦାଡ଼ ଗ୍ରାମର ପ୍ରକାଶ କୁମାର ଦାସକୁ ଗିରଫ କରାଯାଇଛି ।

ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ବଜାର ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମୋଟର ସାଇକେଲରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଶ୍ରୀଧର ସେନାପତିକୁ ଗିରଫ କରାଯାଇଛି ଏବଂ ତିହିଡି ଥାନI ଅନ୍ତର୍ଗତ ବିଲଣl ଛକ ନିକଟରେ ଏକ ମୋଟର ସାଇକେଲରୁ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଲଞ୍ଜାତାରା ଗ୍ରାମର ଭଗବାନ ପ୍ରସାଦ ଦାସକୁ ଗିରଫ କରାଯାଇଛି l

ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମ ଓ ତିହିଡି ଥାନା ଅନ୍ତର୍ଗତ ପୁରୁଣାହାଟ ଓ ପାଳିଆ ବଜାର ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମିର୍ଜାପୁର ଗ୍ରାମର ଦୀପକ ସାମଲ, ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ପାଳିଆ ଗ୍ରାମର ଗଜି ସେଠୀ ।

   Related Posts