ଖୋର୍ଦ୍ଧାରେ ବାର୍ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ, ୬ ଜଣଙ୍କୁ ଗିରଫ କଲା​‌ ପୋଲିସ୍

Published By : Prameya-News7 Bureau | July 16, 2020 IST

ଖୋର୍ଦ୍ଧା୧୬/୭: ଗୋଟିଏ ଦିନରେ ଦୁଇ, ଦୁଇଟି ହତ୍ୟା ଘଟଣା। ବିଏମ୍‌ଡବ୍ଲୁ ଗାଡିରେ ଆସି ହଠାତ୍ ଛୁରା ମାଡ଼ କରିଥିଲେ ହତ୍ୟାକାରୀ। ଖୋର୍ଦ୍ଧା ଥିବା ଏକ ପାଢ଼ୀ ବାର୍ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ । ନିଜର ଦାଦାଗିରି ଜାହିର କରିବା ପାଇଁ ବାର କର୍ମଚାରୀ ଅଜୁ ବାରିକଙ୍କୁ ହତ୍ୟା କରାଯାଇଥିବା ଖୋର୍ଦ୍ଧା ଏସ୍ ପି ପ୍ରେସମିଟ କରି ସୂଚନା ଦେଇଛନ୍ତି । ପ୍ରଥମେ ଗାଡି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ ସହ ଯୁକ୍ତିତର୍କ ସହ ଗଣ୍ଡଗୋଳ ହୋଇଥିଲା । ଏହା ପରେ ନୂଆ ଛୁରି କିଣି ପୁଣି ବାର୍‌କୁ ଯାଇ ଯାଇଥିଲେ। ସେଠାରେ ପହଁଞ୍ଚିବା ପରେ ବାର୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ।

ସିକ୍ୟୁରିଟି ଗାର୍ଡ ସହ ବଚସା ପରେ ଘଟଣାସ୍ଥଳରେ ଉପସ୍ଥିତ ଉପର ସାହି ଅଞ୍ଚଳର ଅଜୁ ବାରିକଙ୍କୁ ହତ୍ୟା କରିଥିଲେ । ହତ୍ୟା ପଛରେ କୌଣସି ପୂର୍ବ ଶତୃତା ନାହିଁ । କେବଳ ଦାଦାଗିରି ଦେଖାଇବାକୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଏସ୍ ପି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ BMW କାର୍ ଏବଂ ମାରଣାସ୍ତ୍ର ଜବତ ହୋଇଛି ।

ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁର ଘର ନୂଆପଲ୍ଲୀ ଅଞ୍ଚଳରେ । ମଙ୍ଗଳବାର ଖୋର୍ଦ୍ଧା ବାଇପାସ ବାର ଆଗରେ ଅଜୟ ବାରିକ ନାମକ ଯୁବକକୁ ହତ୍ୟାକରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଏହା ପୂର୍ବରୁ ଅପରାଧୀ ମାନେ ଭୁବନେଶ୍ୱର ନାୟପଲ୍ଲୀ ଅଞ୍ଚଳର ଜଣେ ଗାଡି ଚାଳକକୁ ଆକ୍ରମଣ କରିଥିଲେ । ଏହା ପରେ ଖୋର୍ଦ୍ଧା ପାଢ଼ୀ ବାର୍‌ କୁ ଆସି ସେଠାରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପାଞ୍ଚଟି ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ରଣପୁର ଜଙ୍ଗଲରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.