ବ୍ରହ୍ମପୁର ସହରରେ କରୋନା ସ୍ଥିତି ସାଙ୍ଘାତିକ, ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Published By : Prameya-News7 Bureau | June 28, 2020 IST

ବ୍ରହ୍ମପୁର ୨୮।୦୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ ଟି ଅଂଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ ହେଲା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାହୁ କଲୋନୀ ୱାର୍ଡ ନମ୍ବର ୪, ଭାବା ନଗର ୪ନଂ ଲେନ, ତୁଳସୀ ନଗର ୬ନଂ ଲେନ, ବ୍ୟାଙ୍କ କଲୋନୀ ପ୍ରଥମ ଲେନ, ଗାନ୍ଧୀ ନଗର ୪ନଂ ଲେନ ଏବଂ ବର୍ମା କଲୋନୀକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଏହି ସବୁ ଅଞ୍ଚଳରେ ଅଞ୍ଚଳବାସୀମାନେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଅଞ୍ଚଳକୁ ବାହାରୁ କେହି ଆସିପାରିବେ ନାହିଁ କି ଏହି ଅଞ୍ଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ। ଏସବୁ ଅଞ୍ଚଳରେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଥିବା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।

{"id":292891,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.