ନାବାଳିକା ଆତ୍ମହତ୍ୟା ମାମଲାର ରହସ୍ୟ ଜଟିଳ: ଜଣେ ନାବାଳକ ସହ ୬ ଜଣ ଗିରଫ

Published By : Prameya-News7 Bureau | August 10, 2020 IST

କଳାହାଣ୍ଡି୧୦/୮: ନାବାଳିକା ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୬ ଗିରଫ ହୋଇଛନ୍ତି। ଗତ ଶନିବାର ଶାଗ ବାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତ ଶାଗବାହାଳି ଗାଁର ଜନୈକ ନାବାଳିକା ଆତ୍ମହତ୍ୟା ଘଟଣାରେ କୋକସରା ପୋଲିସ ଜଣେ ନାବାଳକ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି। ମାମଲାରେ ଯୁବକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶାଗବାହାଳି ଗାଁର ଦନ୍ତେଶ୍ୱର ବାଗଙ୍କ ୧୭ ବର୍ଷିୟା ନାବାଳିକା ଝିଅକୁ ପଡ଼ୋଶୀ ବେହେରା ଗାଁର ଜଣେ ଯୁବକ  ଏକ ତରଫା ପ୍ରେମ କରୁଥିଲା ଏବଂ ବିଭିନ୍ନ ସମୟରେ ମୋବାଇଲରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ l ତେବେ ନାବାଳିକା ଏହାକୁ ପ୍ରତ୍ୟାଖାନ କରିବାରୁ ଗତ ଶନିବାର ଦିନ ନିଜର କିଛି ସାଙ୍ଗକୁ ନେଇ ଝିଅ ଘରକୁ ଯାଇ ପରିବାରକୁ ଧମକ ଚମକ ଦେବା ସହ ଝିଅ କୁ ମଧ୍ୟ ଧମକ ଦେଇଥିବା ନେଇ ପରିବାର ଅଭିଯୋଗ ଆଣିଛନ୍ତି l

ତେବେ ଲଜ୍ଜା ଓ ମାନସିକ ଚାପରେ ଆସି ନାବାଳିକା ଜଣକ ଗତ ରବିବାର ଦିନ ଆତ୍ମହତ୍ୟାକୁ ବାଛି ନେଇଥିଲେ l ଏହାକୁ ନେଇ ପରବର୍ତ୍ତୀ ଅବସ୍ଥାରେ ଝିଅର ପରିବାର ତରଫରୁ ଯୁବକର ଏକ ତରଫା ପ୍ରେମ କୁ ନେଇ ମାନସିକ ଚାପରେ ଆସି ଝିଅ ଆତ୍ମହତ୍ୟା କରିଥିବା ଓ ଏହି ଘଟଣାରେ ସହଯୋଗ କରିଥିବା ସମସ୍ତଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେl  ଏହି ମାମଲାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.