Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

24/07/2021 at 9:36 AM

ଫିଲିପାଇନ୍ସ ୨୪/୭: ଫିଲିପାଇନ୍ସରେ ସକାଳେ ଶକ୍ତିଶାଲୀ ଭୂକମ୍ପ ଅନୁଭୂତ । ଯେତେବେଳେ ଭୂକମ୍ପ ହୋଇଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ଦୌଡି ପଳାଇଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ସୁନାମି ହେବାର ସମ୍ଭାବନା ବି ନାହିଁ । ସୂଚନା ଥାଉକି, ଆଜି ସକାଳେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଫିଲିପାଇନ୍ସର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର କହିଛି ଯେ ଲୁଜନର ମୁଖ୍ୟ ଦ୍ୱୀପପୁଞ୍ଜରେ ୬.୭ ତୀବ୍ରତାରେ ଏକ ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ସ୍ଥଳ ୧୧୨ କିଲୋମିଟର ତଳେ ଗଭୀରରେ ଥିଲା । କିଛି ମିନିଟ୍ ପରେ ସମାନ ଅଞ୍ଚଳରେ ୫.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ବାଟାଙ୍ଗାସ୍ ପ୍ରଦେଶର ପୋଲିସ୍ ଅଧିକାରୀ ରୋନି ଓରେଲାନୋ କହିଛନ୍ତି ଯେ କମ୍ପନ ଅନୁଭୂତ ହୋଇଛି । ଏହା ଏକ ଅତ୍ୟଧିକ ତୀବ୍ର ଭୂକମ୍ପ ଥିଲା । ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ । ତେବେ ଏହି ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଅନୁଭୂତ ହେଉଥିବା ସେ କହିଛନ୍ତି । ଏଠାରେ ରହୁଥିବା ବାସିନ୍ଦାମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଥିବା ସେ କହିଛନ୍ତି ।

   Related Posts