କ୍ରୋଏସିଆରେ ୬.୩ ତୀବ୍ରତାର ଭୂମିକମ୍ପ, ବ୍ୟାପକ କ୍ଷୟକ୍ଷତି,୧ ମୃତ

Published By : Prameya-News7 Bureau | December 29, 2020 IST

ଜାଗ୍ରେବ ୨୯।୧୨: କ୍ରୋଏସିଆରେ ମଙ୍ଗଳବାର ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ରାଜଧାନୀ ଜାଗ୍ରେବର ଦକ୍ଷିଣ-ପୂର୍ବରେ ବ୍ୟାପକ କ୍ଷୟକ୍ଷତିର ସୂଚନା ମିଳୁଛି। ସୋମବାର ମଧ୍ୟ ଦେଶରେ କମ୍ପନ ଅନୁଭୂତ ହୋଇଥିଲା। ଏଥିଯୋଗୁ ପେଟ୍ରିଞ୍ଜାରେ ଅନେକ ଘର ଦ୍ୱାର ଭାଙ୍ଗିବା ସହ ଫାଟ ସୃଷ୍ଟି ହୋଇଥିଲା। ତେବେ ମଙ୍ଗଳବାର କମ୍ପନ ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

{"id":384431,"sizeSlug":"large","linkDestination":"none"}

ୟୁରୋପିୟ ମେଡିଟର୍ଣ୍ଣିଆନ ସିସମୋଲଜିକାଲ ସେଣ୍ଟରଙ୍କ ସୂଚନା ଅନୁସାରେ ରାଜଧାନୀ ଜାଗ୍ରେବରୁ ୪୬ କିଲୋମିଟର ଦୂର ଦକ୍ଷିଣ ପୂର୍ବ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। କ୍ରୋଏସିଆରେ ଭୂମିକମ୍ପ ପରେ ପଡୋଶୀ ସୋଲଭେନିଆ ତାର କ୍ରସ୍କୋ ଆଣବିକ୍ କେନ୍ଦ୍ରକୁ ଅସ୍ଥାୟୀ ବନ୍ଦ କରିଛି। ଭୂମିକମ୍ପ ଜନିତ କୌଣସି ପ୍ରକାର ଆଣବିକ ଦୁର୍ଘଟଣା ଟାଳିବା ଲାଗି ସୋଲଭେନିଆ ଏପରି ସତର୍କତା ଅବଲମ୍ବନ କରିଥିବା କହିଛି।

{"id":384432,"width":575,"height":379,"sizeSlug":"large","linkDestination":"none"}

ଏହି କମ୍ପନର ପ୍ରଭାବ କ୍ରୋଏସିଆ ସୀମା ପାର କରି ସୋଲଭେନିଆ ସମେତ ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ମଧ୍ୟ ଅନୁଭୂତ ହୋଇଛି। ସୋଲଭେନିଆର ଆଣବିକ ପ୍ରକଳ୍ପ ରାଜଧାନୀ ଲ୍ୟୁବଲ୍ୟାନାର ପୂର୍ବଦିଗରେ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ୭୦୦ ମେଗାୱାଟ୍‌ ବିଦ୍ୟୁତ ଶକ୍ତି ଯୋଗାଇ ଦେଉଥିବା ଏହି ଆଣବିକ ପ୍ରକଳ୍ପକୁ ତତ୍କାଳୀନ ୟୁଗୋସ୍ଲୋଭିଆ ସରକାର ସ୍ଥାପନା କରିଥିଲେ। ତେବେ କ୍ରୋଏସିଆ ଓ ସୋଲଭେନିଆ ଏବେ ଏହାର ମିଳିତ ଉପଯୋଗ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.