ସ୍କୁଲରୁ ଫେରୁଥିବାବେଳେ ଟିପର ଚଢିଯାଇ ୫ ବର୍ଷର ନାବାଳକଙ୍କ ମୃତ୍ୟୁ, ଟିପର ଜାଳିଦେଲେ ଲୋକେ

Published By : Prameya-News7 Bureau | November 08, 2019 IST

ମାଲକାନଗିରି୮|୧୧: ସଡକ ଦୁର୍ଘଟଣାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।  ବିଦ୍ୟାଳୟରୁ ଫେରୁଥିବା ସମୟରେ ଛାତ୍ରଙ୍କ ଉପରେ ଟିପର ଚଢିଯିବାଫଳରେ ଘଟଣା ସ୍ଥଳରେ ଛାତ୍ରଙ୍କ  ମୃତ୍ୟୁ ହୋଇଛି।

{"id":181170}

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡା କଲୋନୀ ଠାରେ ଏହି ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଉଛନ୍ତି ୫ବର୍ଷ ବୟସ୍କ ଯୋଗେଶ୍ବର ହରିଜନ। ପରିବାର ଏବଂ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ନିଆଁ ଲଗାଇଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

{"id":181171}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.