ଏକାଥରକେ ଜାଲରେ ପଡିଲେ ପାଞ୍ଚ ଟନ୍‌ରୁ ଉର୍ଦ୍ଧ୍ବ ଇଲିସି, କାଢ଼ିବାକୁ ଲାଗିଛନ୍ତି ଶହେରୁ ଅଧିକ

Published By : Prameya-News7 Bureau | October 23, 2021 IST

ଚାନ୍ଦବାଲି, ୨୩/୧୦: ଭଦ୍ରକ ଜିଲ୍ଲା ଧାମରା ପୁରୁଣା ଯେଠିରେ ଲାଗିଛି ଏକ ଟ୍ରଲର। ଯେଉଁଥିରେ ପାଖାପାଖି ୫ଟନ୍ରୁ ଉର୍ଦ୍ଧ୍ବ ମାଛକୁ ଅନଲୋଡ଼ କରୁଛନ୍ତି ୧୦୦ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ। ଏକାଥରେ ଏତେ ମାଛକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି ଲୋକେ। ଏଗୁଡ଼ିକ ଇଲିସି ମାଛ କୁହାଯାଉଥିବା ବେଳେ ଏହାର ଓଜନ ପାଖାପାଖି ଗୋଟିଏ ଗୋଟିଏ ୩୦୦ଗ୍ରାମରୁ ଉର୍ଦ୍ଧ୍ବ ହେବ।

wp:html https://youtu.be/Ga21lejMMwM /wp:html

ସ୍ଥାନୀୟ ଧାମରା ଅଞ୍ଚଳର ଟ୍ରଲର ମାଲିକ ବିକି ମଣ୍ଡଳଙ୍କ ଇଲାବତୀ ଟଲର ଦୁଇଦିନ ପୂର୍ବେ ଧାମରାର ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକାଥରେ ଏତେ ମାଛ ପଡିଥିଲା। ତେବେ ଜାଲରେ ପଡିଥିବା ମାଛ ସହିତ  ମତ୍ସ୍ୟଜୀବୀମାନେ ଫେରି ଆସିଥିଲେ ଯେଠିକୁ। ମାଛ ସବୁକୁ ଟ୍ରଲରରୁ କାଢି ଶ୍ରମିକ ଓ ମତ୍ସ୍ୟଜୀବୀମାନେ ପ୍ୟାକିଂ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.