ଭାରତୀୟ ସେନା ଗୁଳିରେ ପାକିସ୍ତାନର ୫ରୁ୭ଜଣ ଏସ୍‌ଏସ୍‌ଜି କମାଣ୍ଡୋଙ୍କର ମୃତ୍ୟୁ

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ - ଭାରତୀୟ ସେନାର ଗୁଳିରେ ପାକିସ୍ତାନୀ ଏସ୍‌ଏସ୍‌ଜି ବା ବା ସ୍କେଶିଆଲ୍‌ ସର୍ଭିସ ଗ୍ରୁପର ଅନେକ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି । ଏମାନେ ସାଧାରଣତଃ କାଶ୍ମୀର ଉପତ୍ୟକାକୁ ଆତଙ୍କବାଦୀଙ୍କୁ ଅନୁପ୍ରବଶ କରାଇବାରେ ସାହାଯ୍ୟ କରିଥାଆନ୍ତି ।

ଜାମ୍ମୁ-କାଶ୍ମୀରରେ କେରାନା ସେକ୍ଟରେ ଏମାନେ ଅନୁପ୍ରବେଶ ଉଦ୍ୟମ ସହ କୌଣସି ବଡ ଧରଣର ହିଂସା ଉଦ୍ୟମ କରୁଥିବାବେଳେ ଭାରତୀୟ ସେନାର ଗୁଳିରେ ନିହତ ହୋଇଛନ୍ତି ।

ଏମାନଙ୍କର ଫଟୋ ସହ ଭିଡିଓ ଫୁଟେଜ୍‌ ବି ଭାରତୀୟ ସେନାକୁ ମିଳିଛି । ୫ରୁ ୭ ଜଣ ଏସ୍‌ଏସ୍‌ଜି କମାଣ୍ଡୋଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଫିଫ୍‌ଟିନ୍‌ କର୍ପସର ଲେଫନାଣ୍ଟ ଜେନେରାଲ କେଜିଏସ୍‌ ଧିଲନ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ତାହାର ସୈନ୍ୟମାନଙ୍କର ମୃତ ଶରୀର ନେବା ପାଇଁ ମନା କରିଦେଇଥିବା ସୂଚନା ଦେଇଥିଲେ । ସେହି ସମୟରେ ଭାରତ ପକ୍ଷରୁ ପାକିସ୍ତାନର ୪ ଜଣ ସୈନ୍ୟଙ୍କର ମୃତ ଶରୀରକୁ ନେବା ପାଇଁ କୁହାଯାଇଥିଲା । ମାତ୍ର ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା । ହଟଲାଇନ୍‌ରେ ଭାରତର ଡିଜିଏମୋ ପକ୍ଷରୁ ପାକିସ୍ତାନ ଡିଜିଏମୋ କୁ ଏହି ସୂଚନା ଦିଆଯାଇଥିଲା ।

ପାକିସ୍ତାନ ପକ୍ଷରୁ ନିୟମନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.