ଶନିବାରର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆସନ୍ତାକାଲିର ଦିନ

Published By : Prameya-News7 Bureau | June 04, 2021 IST

ମେଷ – ସେବକ ମନୋଭାବ ପୋଷଣ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନରେ ସକ୍ଷମ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ଜ୍ଞାନ-ଗରିମା ବୃଦ୍ଧି ହେବ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ଶୁଭ କାର୍ଯ୍ୟ ବର୍ଜନୀୟ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ। ଧନଶାଳୀ ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ବଦଖର୍ଚ୍ଚୀ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମିଥୁନ - ନିଜ ବୁଦ୍ଧିବଳରେ କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

କର୍କଟ – ମନସ୍କାମନା ପୂରଣ ହେବ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଉତ୍‌-ଫୁଲ୍ଲିତ ହେବେ । ଶୁଭ କାର୍ଯ୍ୟ ପାଇ ସମୟ ଟିକେ ଖରାପ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କର୍ମ କ୍ଷେତ୍ରରେ  ଉନ୍ନତି ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ସିଂହ – ପଢା-ପଢିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ମିତ୍ର ପୁତ୍ରାଦି ଲାଭ କରିପାରନ୍ତି । ଅସତ୍ କାର୍ଯ୍ୟରେ ବ୍ୟୟ କରିପାରନ୍ତି। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ପ୍ରତିଯୋଗିତାରେ ବିଜୟୀ ହେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା – କଳହ ଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ନାନାବିଧ ସୁଖର ଅଧିକାରୀ ହେବେ । ବନ୍ଧୁ ଓ ଜନସାଧାରଣଙ୍କ ତରଫରୁ ସ୍ନେହ-ଶ୍ରଦ୍ଧା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ଚାଷୀ- ଶୁଭ ଫଳ ପାଇ ପାରନ୍ତି ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୁଖଭାରା ଦିନଟି ।

ତୁଳା – ଘାତଚନ୍ଦ୍ର ଭୋଗ ହେତୁ  ଯାନ ବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ସତର୍କ ରହିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରିପାରନ୍ତି । ଠାକୁର ଦର୍ଶନର ସୁଯୋଗ ଅଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ଚାଷୀ- ସପରିବାର ସହ ସମୟ ବିତାଇବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ଆଦର୍ଶ ବ୍ୟକ୍ତିତ୍ୱ ହେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପରକୁ ଆପଣାର କରିବେ ।

ବିଛା – ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି । ପରାକ୍ରମୀ ହେବେ । ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନର ଅଧିକାରୀ ହେବେ । ଭୋଗ-ବିଳାସ କରିପାରନ୍ତି । ବୁଝି-ବିଚାରି କାର୍ଯ୍ୟ କଲେ ଉନ୍ନତମାନର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଚାଷୀ- ଆଦର ମିଳିବ ।

ରୋଗୀ- ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ ।

ଛାତ୍ରଛାତ୍ରୀ- ତେଜସ୍ୱୀ ହେବେ ।

କର୍ମଜୀବି- କର୍ମ ଚଞ୍ଚଳ ରହିବେ ।

ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତି କାରକ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ଧନୁ – ଶାସ୍ତ୍ରପଟୁ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ସ୍ୱରୂପ, ରାଜବଂଶ ପୂଜିତ ଓ ଗୁଣଜ୍ଞ ହେବେ । ଅର୍ଥ ମିଳିବ । ସୁଖଭୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଜଳଯାତ୍ରା ମନା ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ମକର – ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁଁ ଭଲ । ପ୍ରିୟଭାଷୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କୁମ୍ଭ  - ମିଳିଥିବା ସୁଯୋଗକୁ ହାତଛଡା କରିବେ ନାହିଁ । ତା’ର ସଦୁପଯୋଗ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ଚାଷୀ- ପୁତ୍ର , ପିତାକୁ ସାହାର୍ଯ୍ୟ କରିବେ ।

ରୋଗୀ- ଥଣ୍ଡ-କଫ ଜନିତ ସାମାନ୍ୟ ପୀଡା ରହିବ ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ମୀନ - କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.