Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

୧ ଅଗଷ୍ଟରୁ ପଞ୍ଚମ ପର୍ଯ୍ୟାୟ ‘ବନ୍ଦେ ଭାରତ’ ମିଶନ, ଏପର୍ଯ୍ୟନ୍ତ ବିଦେଶରୁ ଆସିସାରିଲେଣି ୮ଲକ୍ଷ ୧୪ ହଜାର ଭାରତୀୟ

26/07/2020 at 8:53 PM

ନୂଆଦିଲ୍ଲୀ ୨୬।୭: କୋଭିଡ-୧୯ ଯୋଗୁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ସରକାର ହାତାକୁ ନେଇଥିବା ‘ବନ୍ଦେ ଭାରତ’ ମିଶନର ପଞ୍ଚମ ପର୍ଯ୍ୟାୟ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂପୁରୀ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରବାସୀଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ମେ ୬ ତାରିଖରେ ମିଶନ ହାତକୁ ନେଇଥିଲେ।

ଏ ପର୍ଯ୍ୟନ୍ତ ମିଶନର ୪ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଏଥିରେ ୮ ଲକ୍ଷ ୧୪ ହଜାର ଭାରତୀୟଙ୍କୁ ସ୍ୱଦେଶ ଅଣାଯାଇପାରିଥିବା ପୁରୀ କହିଛନ୍ତି। ତଥାପି ଅନେକ ଦେଶରେ ଏବେବି ଭାରତୀୟ ଫଶି ରହିଛନ୍ତି। ଏଣୁ ସେମାନଙ୍କୁ ଆଣିବା ଲାଗି ୫ ପର୍ଯ୍ୟାୟ ମିଶନ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ଆମେରିକା, କାନାଡା, ଶିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ ଓ କେତେକ ଉପସାଗରୀୟ ଦେଶମାନଙ୍କରେ ଅଟକି ରହିଥିବା ଭାରତୀୟ ଆସିବେ ବୋଲି ପୁରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

ବନ୍ଦେ ଭାରତ ମିଶନରେ ୫୩ଟି ଦେଶରୁ ସର୍ବାଧିକ ୨ଲକ୍ଷ ୭୦ ହଜାର ଭାରତୀୟ ବିମାନ ଯୋଗେ ଫେରିଛନ୍ତି। ପୂର୍ବ ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟ ଯେପରି ଆଗକୁ ଆଗକୁ ବଢିବ ସେହି ଅନୁସାରେ ଗନ୍ତବ୍ୟ ମଧ୍ୟ ବଢାଯିବ ବୋଲି ପୁରୀ ସୂଚନା ଦେଇଛନ୍ତି। ଯୋଜନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରମୁଖ ଦେଶଙ୍କ ବ୍ୟତୀତ କ୍ୱାତାର, ଓମାନ, ୟୁଏଇ, ୟୁକେ, ଫ୍ରାଙ୍କଫର୍ଟ , ପ୍ୟାରିସ, ସାଉଦିଆରବ, ବାହାରିନ ଓ ଫିଲପାଇନ୍ସ ଆଦି ଦେଶରୁ ମଧ୍ୟ ଭାରତୀୟଙ୍କୁ ଉଦ୍ଧାର କରାଯିବ।  

   Related Posts