Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୫ ଜୁଲାଇ Thunder moon eclipse, ଭାରତରେ ହେବନି ପାଳନ

2/07/2020 at 4:35 PM

ନୂଆଦିଲ୍ଲୀ ୨।୭: ଆସନ୍ତା ଜୁଲାଇ ୫ ତାରିଖ ରବିବାର ମହାକାଶରେ ପୁଣି ଏକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ତେବେ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ। ଏଣୁ ଗତ ସୂର୍ଯ୍ୟପରାଗ ଓ ପୂର୍ବରୁ ହୋଇଥିବା ଚନ୍ଦ୍ରଗ୍ରହଣ ଲାଗି ପାଳନ ହୋଇଥିବା ସୂତକକାଳ ଲାଗୁ ହେବନି। ଏହି ଗ୍ରହଣ ଭାରତୀୟ ସମୟ ସକାଳ ୮ଟା ବାଜି ୩୮ ମିନିଟ୍‌ରେ ଆରମ୍ଭ ହେଉଥିବା ବେଳେ ୧୧ଟା ୨୧ ମିନିଟ୍‌ରେ ମୋକ୍ଷ ହେବ। ଭାରତରେ ଦିନବେଳା ହୋଇଥିବାରୁ ଗ୍ରହଣ ଏଠାରେ ଦୃଶ୍ୟମାନ ହେବନି।

ଏହି ଉପଛାୟା ଚନ୍ଦ୍ରଗ୍ରହଣ ଗୁରୁପୂର୍ଣ୍ଣିମାର ଅପୂର୍ବ ସଂଯୋଗରେ ସଂଘଠିତ ହେବାକୁ ଯାଉଛି। ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ପୂର୍ଣ୍ଣିମାକୁ ‘ଥଣ୍ଡର ମୁନ୍‌’ କୁହାଯାଉଥିବାରୁ ଚନ୍ଦ୍ର ଗ୍ରହଣକୁ ଥଣ୍ଡରମୁନ୍‌ ଲୁନାର ଇକ୍ଲିପ୍ସ କୁହାଯାଉଛି। ଧନୁରାଶିରେ ହେଉଥିବା ଗ୍ରହଣରେ ଚନ୍ଦ୍ରୋଦୟ କର୍କଟ ରାଶିରେ ହେବ। ଏହାକୁ ବିଜ୍ଞାନ ଖଗୋଳୀୟ ସାମାନ୍ୟ ଘଟଣା କୁହାଯାଉଥିବା ବେଳେ ଭାରତୀୟ ଜ୍ୟୋତିଷ ଏହାକୁ ଅଶୁଭ ବୋଲି କହିଆସିଛି। ଏଣୁ ଗ୍ରହଣ କାଳରେ ସମସ୍ତ ଶୁଭକାର୍ଯ୍ୟ ନିଷିଦ୍ଧ କରାଯାଇଛି। ତେବେ ଭାରତରେ ଗ୍ରହଣ ପାଳନୀୟ ହେଉ ନଥିବାରୁ ଏହାର ଶୁଭାଶୁଭ ଗଣନା ଭାରତରେ ହେବ ନାହିଁ ବୋଲି ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି।

୫ ଜୁଲାଇ ଚନ୍ଦ୍ରଗ୍ରହଣ ଉପଛାୟା ଗ୍ରହଣ ଅର୍ଥାତ ଚନ୍ଦ୍ର ଉପରେ ପୃଥିବୀର ସାମାନ୍ୟ ଛାୟା ପଡିବ। ଏଣୁ ଏହାକୁ ଗ୍ରହଣ ମନେ କରାଯାଉ ନାହିଁ। ତେବେ ଏହି ଗ୍ରହଣ ଦକ୍ଷିଣ-ଉତ୍ତର ଆମେରିକା, ପଶ୍ଚିମ ଆଫ୍ରିକା  ଓ ଅଷ୍ଚ୍ରେଲିଆ ଆଦି ଦେଶମାନଙ୍କରେ ଦେଖାଯିବ। ଆଫ୍ରିକାରେ ଏହି ଗ୍ରହଣ ସୂର୍ଯ୍ୟଙ୍କ ଅସ୍ତର ଠିକ ପରେ ପରେ ଦେଖାଯିବ।

   Related Posts