ସୋଆରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ପାଳିତ ହୋଇଛି ପଞ୍ଚମ ଜାତୀୟ ହେଣ୍ଡଲୁମ ଦିବସ

Published By : Prameya-News7 Bureau | August 07, 2019 IST

ଭୁବନେଶ୍ବର  ୭/୮: ଭୁବନେଶ୍ବର​‌​‌ ସୋଆ  କ୍ୟାମ୍ପସ ୨  ଅଡିଟୋରିୟମ  ପରିସରରେ ବୟନ ମନ୍ତ୍ରଣାଳୟ ପକ୍ଷରୁ  ପାଳିତ ହୋଇଛି ପଞ୍ଚମ ଜାତୀୟ ହେଣ୍ଡଲୁମ ଦିବସ।ଏହି ଅବସରରେ  ରାଜ୍ୟର  ପ୍ରତିଷ୍ଠିତ ବୁଣାକାର ମାନଙ୍କୁ  ସମ୍ବଦ୍ର୍ଦିତ କରିବା ସହ ରାଜ୍ୟର ବୁଣାକାର ମାନଙ୍କୁ ପରିଚୟ ପତ୍ର ସହ ସୁତା ପାସବୁକ ବଣ୍ଟାଯାଇଥିଲା।

ଭଳି କି ଭଳି ଶାଢୀ।ରାଜ୍ୟର ପ୍ରତିଷ୍ଠିତ ବୁଣାକାରମାନଙ୍କ  ଦ୍ବାରା ପ୍ରଦର୍ଶିତ ହୋଇଛି ବିଭିନ୍ନ୍ ପ୍ରକାର ଶାଢୀ।ଇକତ,ସମ୍ବଲପୁରୀ,ଖଣ୍ଡୁଆପାଟ,ମାଣିଆବନ୍ଦ, ବୋମକେଇ, ପଶାପାଲି, କୋଟପାଡ ଶାଢୀ ସମ୍ଭାର। କେଉଁଠି ଗଛ ବୃକ୍ଷ ଓ ପରିବେଶ  ଆଧାର କରି ପ୍ରସ୍ତୁତ ଶାଢି ପ୍ରଦର୍ଶିତ ହୋଇଛି। ତ ଆଉ କେଉଁଠି ବୁଣାକାରମାନଙ୍କ  ଦ୍ବାରା ପ୍ରସ୍ତୁତ ହୋଇଛ ତ୍ରିରଙ୍ଗା ଶାଢୀ। ପଞ୍ଚମ ଜାତୀୟ ହେଣ୍ଡଲୁମ ଦିବସରେ ପ୍ରତିଷ୍ଠିତ ବୁଣାକାରର ଦ୍ବାରା ପ୍ରସ୍ତତ ତ୍ରିରଙ୍ଗା ଶାଢୀ ମନମୋହିଛି। ଭୁବନେଶ୍ବର​ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ପଞ୍ଚମ ଜାତୀୟ ହେଣ୍ଡଲୁମ ଦିବସ ଦେଖିବାକୁ ମିଳିଥିଲା ଏଭଳି  ଶାଢୀର ସମ୍ଭାର। ବୟନ ମନ୍ତ୍ରଣାଳୟର ସଚ୍ଚିବଙ୍କ ସହ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗ ମନ୍ତ୍ରି ପଦ୍ମିନି  ଦିଆନ ବୁଲି ଦେଖିଥିଲେ । ଏହି ଅବସରରେ ରାଜ୍ୟରେ ବୁଣାକାରମାନଙ୍କୁ ପେହେଚାନ  ବୁଣାକାର ପରିଚୟ ପ୍ରଦାନ କରାଯିବା ସହ,ବୁଣାକାରମାନଙ୍କୁ ୟାର୍ନ ପାସବୁକ ପ୍ରଦାନ କରାଯିବା ସହ ବୁଣାକାର ସେନସନ ପୁସ୍ତକର ଉନ୍ନୋଚନ କରାଯାଇଥିଲା ଦିନକୁ ଦିନ ବୁଣାକାରମାନେ କୌଳିକ ବୃତ୍ତି ନ ହରାଇବାକୁ ବୁଣାକାର ପରିବାରମାନଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି  ଦେଇଥିଲେ କେନ୍ଦ୍ର ବୟନ ସଚିବ।

ସେପଟେ  ବୁଣାକାର ମାନଙ୍କପାଇଁ  କର୍ମଶାଳା ନିର୍ମାଣ,  ମୁଦ୍ରାରୁଣ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଇ- ୟାର୍ନ ପାସବୁକ,  ବୁଣାକାର ମାନଙ୍କ  ଦକ୍ଷତା ବିକାଶ, ଭୋୗଗଳିକ ପରିଚିତ, ବିଶ୍ବ ବଜାରରେ ପ୍ରବେଶ ନେଇ  ଆଲୋଚନା କରାଯାଇଥିଲା। ଶାଢୀ ପାଇଁ ବ୍ୟବହାର   ସୁତା ପାଇଁ  ବୁଣାକାର ମାନେ  ୫ ପ୍ରତିଶତ  ଜିଏସଟି ପ୍ରଦାନ କରୁଛନ୍ତି।  ସୁତା ଉପରୁ ୫ ପ୍ରତିଶତ  ଜିଏସଠ ଛାଡ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପୁର୍ବରୁ ଚିଠି ଲେଖିଥିଲେ ।  ହେଲେ ରାଜ୍ୟର ବୁଣାକାର ମାନଙ୍କ  ସୁତା  ଉପରୁ ୫ ପ୍ରତିଶତ ଜିଏସଟି ଛାଡ ନେଇ ଦାବି କରିଥିଲେ ବୁଣାକାର।

ହସ୍ତତନ୍ତ କ୍ଷେତ୍ରରେ ସାରା ବିଶ୍ବରେ  ଓଡିଶାର ବୁଣାକାରମାନଙ୍କ ସ୍ବତନ୍ତ୍ରତା ରହିଛି। ଓଡିଶାର ପ୍ରସ୍ତୁତ  ବୁଣାକାରମାନଙ୍କ ଶାଢୀ  ଆନ୍ତର୍ଜାତୀୟ ବଜାରରେ ବିକ୍ରିବଟାର ବ୍ୟବସ୍ଥା ନେଇ ସରକାରୀ ସ୍ତରରେ ଅଧିକ ତତ୍ପରତା ଦେଖାଇବା ନେଇ ବୁଣାକାରମାନେ  ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.