Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ପାଠରେ ଡୋରି ବାନ୍ଧିଲା କରୋନା, କଲମ ଛାଡି ଛେଳି ଚରାଇବାକୁ ଅଣ୍ଟା ଭିଡିଲେ ୫ମ ଶ୍ରେଣୀ ଛାତ୍ରୀ

19/09/2020 at 12:46 PM

ନୀଳଗିରି ୧୯।୯: କରୋନା ଛଡାଇନେଲା ହାତରୁ କଲମ ଆଉ ଧରାଇ ଦେଲା ଛେଳି ଚରାଇବାକୁ ବାଡ଼ି। କରୋନାର କରାଳ ରୂପ ନୀଳଗିରି ଉପଖଣ୍ଡରେ ଦେଖିବାକୁ ମିଳିଛି। ଯେଉଁ ବୟସ ପାଠ ପଢା ସହିତ ଗାଁ ଧୂଳିରେ ଖେଳିବା କଥା ସେହି ବୟସରେ ଛେଳି ଚରାଇବାକୁ ଅଣ୍ଟା ଭିଡ଼ିଛି ୧୦ ବର୍ଷର ଝିଅ।

କରୋନା ପାଇଁ ବିଦ୍ୟାଳୟରେ ମାର୍ଚ୍ଚ ମାସଠାରୁ ଏବେ ପର୍ଯ୍ୟନ୍ତ ତାଲା ଝୁଲୁଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାର ଏହି ଦୃଢ ନିଷ୍ପତ୍ତି ନେଇଛନ୍ତି। ସେହିଦିନଠାରୁ ଛାତ୍ରଛାତ୍ରୀଙ୍କ ପାଠପଢା ଏକ ପ୍ରକାରର ଠପ୍ ହୋଇଛି । ଟିଉସନ ବି କଟକଣା ପାଇଁ ବନ୍ଦ। କିପରି ପଢିବେ ଏ ନେଇ ସମସ୍ତଙ୍କୁ ଚିନ୍ତା ଘାରିଛି।

ଅନଲାଇନ ପାଠ ପଢା କିଛି ସ୍ଥାନରେ ହୋଇଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ଏହା ସମ୍ଭବ ହୋଇନାହିଁ। ମୋବାଇଲ କିଣିବା ତ ଦୂରର କଥା ପେଟ ପାଇଁ ଦାନା ସଂଗ୍ରହ କିପରି ହେବ ଚିନ୍ତା ଘାରିଛି। କିଏ ବାଡ଼ି ଓ କ୍ଷେତରେ ପରିବା ଚାଷ କରୁଛି ତ ଆଉ କିଏ ଚାଷ ଜମିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ବାପ ମାଙ୍କୁ ସହଯୋଗର ହାତ ବଢାଇଛି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଟିଏ।

ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ପଂଚଲିଙ୍ଗେଶ୍ବର ଗ୍ରାମର ସନାତନ ସିଂ ଓ ବାସନ୍ତୀ ସିଂଙ୍କ ୧୦ ବର୍ଷର ଝିଅ ଗୁରୁବାରୀ ଘରେ ଥିବା ୨୦ରୁ ଅଧିକ ଛେଳିକୁ ଚରାଇବା ପାଇଁ ବାପା ମା ସହିତ ଅଣ୍ଟା ଭିଡ଼ିଛି। ସ୍କୁଲ ଯେତେବେଳେ ଖୋଲିବ ସେତେବେଳେ ପାଠ ପଢା ଆରମ୍ଭ କରିବି । ଏବେ ପେଟ କିପରି ପୁରିବ ଆଉ ଅର୍ଥ କିପରି ଆସିବ ସେଥିପାଇଁ କଲମ ଛାଡି ଛେଳି ଚରା ବାଡ଼ି ହାତରେ ଧରିଥିବା କହିଛନ୍ତି ଗରୁବାରୀ ।

ଭାଇଭଉଣୀ ମିଶି ୪ଜଣ ହେଲେଣି । ୨୦ଟି ଛେଳି ବଡ଼ ହେଲେ ପରିବାର ସୁରୁଖୁରରେ ଚଳିଯିବ ବୋଲି କହିଛନ୍ତି ଗୁରୁବାରୀ। ଏଭଳି ଦୃଶ୍ୟ ଦେଖିବା ପରେ ଛାତ୍ରୀ ଜଣଙ୍କୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। କରୋନାର କରାଳ ରୂପ କେବେ ଥମିବ ଆଉ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପାଠପଢା ସ୍ବଭାବିକ ହେବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା।

   Related Posts