ସ୍କୁଲ ପାଇଖାନା ସଫା କରିବାକୁ ଡାକି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ
14/12/2018 at 9:54 PM

ଦେବଗଡ୧୪|୧୨: ଦେବଗଡ ଥାନା ଅନ୍ତର୍ଗତ ଏକ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲରେ ପଢୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ପାଇଖାନା ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍କୁଲର ଶିକ୍ଷକ । ଛାତ୍ରୀ ଜଣକ ଏକୁଟିଆ ପାଇଖାନା ସଫା କରୁଥିବାବେଳେ ସଂପୃକ୍ତ ଶିକ୍ଷକ ପାଇଖାନାକୁ ଯାଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଗତ ୧୧ ତାରିଖ ଦିନ ଏହି ଘଟଣା ଘଟିଥିବାବେଳେ ଆଜି ପିଡୀତାଙ୍କ ପରିବାର ପକ୍ଷରୁ ଦେବଗଡ ଥାନାରେ ଏତଲା ଦିଆଯାଇଛି । ଦୁଷ୍କର୍ମ ପରେ ଛାତ୍ରୀ ଜଣକ ଡରିଯାଇଥିବାରୁ ପରିବାର ଲୋକଙ୍କୁ ଜଣାଇନଥିଲେ । ତେବେ ଆଜି ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିଥିଲେ । ଫଳରେ ପରିବାର ଲୋକେ ପୋଲିସ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ପିଡୀତାଙ୍କ ଡାକ୍ତରୀ ମାଇନା କରାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି ।