ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ୫-ଟି ସଚିବ

Published By : Prameya-News7 Bureau | December 19, 2020 IST

ଭୁବନେଶ୍ୱର ୧୯।୧୨: ରାଜ୍ୟ ସରକାରଙ୍କ ଫୋକସ୍‌ରେ ଏବେ ପୁରୀର ବିକାଶ । ଶନିବାର ପୁରୀ ଗସ୍ତରେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ତେବେ  ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ ।

{"id":379332,"sizeSlug":"large","linkDestination":"none"}

ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଯାହାର ଉନ୍ନୟମ କାମ ଜାରି ରହିଛି । ତେବେ କିଛି ଦିନ ତଳେ ଚାଲିଥିବା କାମରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ଆସନ୍ତା ୨୩ତାରିଖରୁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । କରୋନା ସଂକ୍ରମଣ ଦେଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।

{"id":379333,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ,  ଆଉ ମାତ୍ର ୩ ଦିନ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଆସନ୍ତା ୨୩ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପୌର ପାଳିକା ପକ୍ଷରୁ ଏନେଇ ୱାର୍ଡ ୱାରୀ ଟୋକନ୍ ବ୍ୟବସ୍ଥା ହେବ। ଶୃଙ୍ଖଳିତ ଭାବେ କୋଭିଡ୍ -୧୯ କଟକଣାକୁ ପାଳନ କରି ସହରବାସୀ ଦର୍ଶନ କରିବେ । ତେବେ ଡିସେମ୍ବର ୩୧ରୁ ଜାନୁଆରୀ ୨ ସାଧାରଣ ଦର୍ଶନ ବନ୍ଦ । ଏହାପରେ ଜାନୁୟାରୀ ୩ରୁ ୫ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.