Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||

5-T ସଚିବ ଭି.କେ. ପାଣ୍ଡିଆନଙ୍କ ଦେବଗଡ ଜିଲ୍ଲା ଗସ୍ତ, ପରିଦର୍ଶନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

29/10/2019 at 2:53 PM

ଦେବଗଡ ୨୯।୧୦:  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି। ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ଓ 5ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ରାଜ୍ୟ ସରକାରଙ୍କ 5ଟି ସଚିବ ଭିକେ ପାଣ୍ଡିଆନ୍ ଅନ୍ୟାନ୍ୟ ବରିଷ୍ଠ ସଚିବଙ୍କ ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ମଙ୍ଗଳବାର ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ମଙ୍ଗଳବାର ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, 5ଟି ସଚିବ ଭିକେ ପାଣ୍ଡିଆନ୍ ଦେବଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ତିନି ବରିଷ୍ଠ ସଚିବ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇନଡୋରରେ ରୋଗୀମାନଙ୍କୁ ଭେଟି ଚିକିତ୍ସାରମାନ ନେଇ ପଚାରି ବୁଝିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ତିନି ବରିଷ୍ଠ ସଚିବ ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ଦେବଗଡ ସହରର ବରିଷ୍ଠ ନାଗରିକ ମାନେ ତିନି ବରିଷ୍ଠ ସଚିବ ଙ୍କୁ ଭେଟି ଦେବଗଡ ଜିଲ୍ଲା ର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ଖାସ କରି ସ୍ବାସ୍ଥ୍ୟ ବିଭାଗ ର ଉନ୍ନତି ପାଇଁ, ବିଭିନ୍ନ ଅତ୍ୟାଧୁନିକ ମେସିନ୍ ସ୍ଥାପନ ପାଇଁ ନାଗରିକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତିନି ବରିଷ୍ଠ ସଚିବଙ୍କ ଦେବଗଡ ଜିଲ୍ଲା ଗସ୍ତ କୁ ନେଇ ଦେବଗଡ ଜିଲ୍ଲା ର ନାଗରିକ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଉପସ୍ଥିତ ଜନତା ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ ।

   Related Posts