କଟକରେ 5T ସଚିବ : ନୌବାଣିଜ୍ୟ ସଂଗ୍ରହାଳୟ ସହ ହାଡ଼ିଆ ପଠା ଯାଇ ସ୍ଥିତି ପରଖିଲେ ସଚିବ
22/01/2020 at 10:15 AM

କଟକ ୨୨/୧: ଏସ.ସିବି ମେଡିକାଲ କଲେଜକୁ ସର୍ବବୃହତ୍ତ ମେଡିକାଲ କରିବା ପାଇଁ ସରକାର ଯୋଜନା କରିଥିବା ବେଳେ ସେହି କାର୍ଯ୍ୟର ଆଜି ପୁଣି ତଦାରଖ କରିଛନ୍ତି ୫ ଟି ସଚିବ। ସଚିବଙ୍କ ସହ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ,ପୂର୍ତ୍ତବିଭାଗ ସଚିବ,ଗୃହ ଓ ନଗର ଉନ୍ନୟ ବିଭାଗ ସଚିବଙ୍କ ସମେତ କଟକ ଜିଲ୍ଲାପାଳ ଓ ଡିସିପି ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ କଟକ ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ସମେତ ହାଡିଆ ପଠା ଓ ସିସୋର ପଠା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। .ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କଟକ ଏସ.ସି.ବି ମେଡିକାଲ ଓ ସହରର ବିକାଶ ପାଇଁ ଏହି ପଠା ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିବା ଜଣା ପଡିଛି।

କଟକ ଏସ.ସ.ବି ମେଡିକାଲ କଲେଜକୁ ବିଶ୍ବ ସ୍ଥରୀୟ ହସପିଟାଲ କରିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ। ତେବେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପୁଣି ସ୍ଥିତି ସମୀକ୍ଷା କରିଛନ୍ତି ୫ ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିୟାନ। ୫ ଜଣ ସଚିବଙ୍କ ସମେତ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ,ପୂର୍ତ୍ତବିଭାଗ ସଚିବ,ଗୃହ ଓ ନଗର ଉନ୍ନୟ ବିଭାଗ ସଚିବଙ୍କ ସମେତ କଟକ ଜିଲ୍ଲାପାଳ ଓ ଡିସିପି ପ୍ରମୁଖ ଉପସ୍ଥିତ ରହିଥିଲେ।ତେବେ ଏସ.ସି.ବି କ୍ୟାମ୍ପସକୁ ସଂପ୍ରସାରଣ କରିବା ପାଇଁ ପ୍ରାୟ ଆହୁରି ୨୫ ଏକର ଯାଗାର ଆବଶ୍ୟକ ରହିଛି।ତେବେ ସେହି ଏସ.ସି.ବି ନିକଟରେ ମତ୍ସ୍ୟ ନିର୍ଦ୍ଦେଶାଳୟ,ନୌବାଣିଜ୍ୟ କେନ୍ଦ୍ର ରହିଥିବାରୁ ଏହାକୁ ସ୍ଥାନାନ୍ତର କରାଯିବ କି ମହାନଦୀ ପଠାରେ ଏସ.ସି.ବି ର କିଛି ବିଭାଗ ଓ ଖେଳ ପଡିଆକୁ ନିଆଯିବ ସେନେଇ ଆଲୋଚନା କରାଯାଇଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର।

ନୌବାଣିଜ୍ୟ ସଂଗ୍ରହାଳୟ ଦେଖିବା ପରେ ୫ ଟି ସଚିବ ସିଧା ହାଡିଆ ପଠା ଓ,ସିସୋର ପଠା ଯାଇ ହେଉଥିବା ଜମି ପୁନରୁଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ।ତେବେ ମୋଟ ୪୨୧ ଏକର ଜମି ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ସେଥିରୁ ଏସ.ସି.ବି ମେଡିକାଲ ପାଇଁ ୨୫ ଏକର ଜମି ପ୍ରଦାନ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

ଆସନ୍ତା କାଲି ଏହି ସିସୋର ପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ.ସି.ବି ମେଡିକାଲ ଓ ସହରର ବିକାଶ ପାଇଁ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବାରୁ ୫ ଟି ସଚିବ ଙ୍କ ତଦାରଖ ପରେ ପୁଣି ସମୀକ୍ଷା କରିଛନ୍ତି କଟକ ଡିସିପି ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନେ।