ଜିଲ୍ଲାପାଳମାନଙ୍କୁ ଭି.କେ ପାଣ୍ଡିଆନ୍‌ଙ୍କ ନିବେଦନ ' ଆହୁରି ଉଦାର ହୁଅ, ଅଭାବୀ ଓ ଅବହେଳିତଙ୍କୁ ସହାୟତା କର'

Published By : Prameya-News7 Bureau | April 16, 2020 IST

ଭୁବନେଶ୍ୱର ୧୬।୦୪:  ଭାରତର ସଶକ୍ତ ଜିଲ୍ଲାପାଳ ଅନୁଷ୍ଠାନ ଭଳି ସମଗ୍ର ବିଶ୍ବରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉକୃଷ୍ଟ ସମୟ ହୋଇନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉକୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ । ଏଭଳି ଏକ କାହାଣୀକୁ ସେୟାର କରିଛନ୍ତି ରାଜ୍ୟ ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନ । ଆସନ୍ତୁ ଜାଣିବା ସେହି କାହାଣୀଟି କଣ..

{"id":254953,"sizeSlug":"large"}

୧୯୩୫ ମସିହା ଜାନୁଆରୀ ମାସର ଏକ ଶୀତୁଆ ରାତିରେ ନ୍ୟୁୟର୍କ ଅଦାଲତର ବିଚାର । ଉଚ୍ଚପଦସ୍ଥ ଅଧିକାରୀ ଯେପରିକି ଜିଲ୍ଲାପାଳମାନଙ୍କ ପାଇଁ ଏହି କାହାଣୀ ଅତ୍ୟନ୍ତ ସମୟ ସାପେକ୍ଷ । ଜଣେ ଅତ୍ୟନ୍ତ ଦୁଃଖୀ ବୃଦ୍ଧ ମହିଳା ଖଣ୍ଡେ ରୁଟି ଚୋରି ଅଭିଯୋଗରେ ଅଦାଲତରେ ବିଚାର ପାଇଁ ଉପସ୍ଥିତ ଥିଲେ । ସେହି ରାତିର ବିଚାରପତି ନ୍ୟୁୟର୍କ ସହରର ମେୟର ଫିଓରେଲୋ ଲାଗୁଆରଡିଆ ବିଚାରାଧୀନ ବୃଦ୍ଧାଙ୍କୁ ପଚାରିଲେ କଣ ଆପଣ ରୁଟି ଚୋରି କରିଛନ୍ତି ? ବୃଦ୍ଧ ମହିଳା ଜଣକ ମୁଣ୍ଡ ତଳକୁ କରି କହିଲେ - ଏହା ସତ୍ୟ, ମହାଶୟ ମୁଁ ରୁଟି ଚୋରି କରିଛି ।

{"id":254954,"sizeSlug":"large"}

ଏହା ପରେ ବିଚାରପତି ପଚାରିଲେ, ରୁଟି ଚୋରି କରିବାର ଉଦ୍ଦେଶ୍ୟ କଣ ଥିଲା, ତୁମେ ଭୋକିଲା ଥିଲ କି? ବିଚାରପତିଙ୍କୁ ଦେଖି ମହିଳା ଜଣକ କହିଲେ , ହଁ ମୁଁ ଭୋକିଲା, କିନ୍ତୁ ମୁଁ ନିଜ ପାଇଁ ରୁଟି ଚୋରି କରି ନାହିଁ । ମୋ ଜ୍ବାଇଁ, ମୋ ଅସୁସ୍ଥ ଝିଅ ଏବଂ କିଛି ଦିନ ହେଲା ଖାଇ ନଥିବା ତାଙ୍କର ଦୁଇ ଛୁଆଙ୍କୁ ମୋ ପାଖରେ ଛାଡିଚାଲିଗଲେ ମୁଁ ସେମାନଙ୍କୁ ଭୋକିଲା ଦେଖି ରହିପାରିଲି ନାହିଁ କାରଣ ସେମାନେ ବହୁତ ଛୋଟ ।

{"id":254949,"sizeSlug":"large"}

ମହିଳାଙ୍କ କହିବା ଶେଷ ହେବା ବେଳକୁ ପୁରା କୋର୍ଟ ରୁମ ନିଶବ୍ଦ ହୋଇଗଲା । ବିଚାରପତି ମହିଳାଙ୍କୁ କହିଲେ, ଆଇନ ଅନୁଯାୟୀ ସମସ୍ତେ ସମାନ ଅଟନ୍ତି । ରୁଟି ଚୋରି କରିଥିବା ଯୋଗୁଁ ଆପଣ ୧୦ ଡଲାର ଫାଇନ୍ କିମ୍ବା ୧୦ ଦିନ ଜେଲ ଯିବା ମଧ୍ୟରୁ ଗୋଟିଏ ବାଛିପାରିବେ । ମହୋଦୟ ମୁଁ ଯାହା କରିଛି ସେଥିପାଇଁ ଜେଲ ଯିବାକୁ ଇଛ୍ଛୁକ କିନ୍ତୁ ମୋ ପାଖରେ ଯଦି ୧୦ ଡଲାର ଥାଆନ୍ତା ତେବେ ମୁଁ ଚୋରି କରିନଥାନ୍ତି । ମୋର କେବଳ ଗୋଟିଏ ଚିନ୍ତା, ମୁଁ ଜେଲ ଗଲାପରେ ମୋ ଝିଅ ଓ ତାର ଛୁଆମାନଙ୍କ ଯତ୍ନ କିଏ ନେବ ।

{"id":254950,"sizeSlug":"large"}

ବିଚାରପତି କିଛି ସମୟ ଭାବିବା ପରେ ନିଜ ପକେଟରୁ ୧୦ ଡଲାର ବାହାର କରି ବୃଦ୍ଧାଙ୍କ ତରଫରୁ ଦେବା ପାଇଁ ସମସ୍ତଙ୍କୁ ଦେଖାଇଲେ । ସେ ଉଚ୍ଚ ସ୍ବରରେ କହିଲେ, ଏହି ୧୦ ଡଲାର ନୋଟ୍ ମୁଁ ତୁମର ଦଣ୍ଡ ପାଇଁ ଦେବି, ତୁମେ ବର୍ତ୍ତମାନ ମୁକ୍ତ । ସେ କୋର୍ଟରେ ଉପସ୍ଥିତ ଲୋକଙ୍କୁ ଚାହିଁ କହିଲେ ମୁଁ କୋର୍ଟ ପରିସରରେ ଥିବା ପ୍ରତେକ ବ୍ୟକ୍ତିଙ୍କୁ ୫୦ ସେଣ୍ଟ ଫାଇନ୍ ଘୋଷଣା କରୁଛି । ଏହା ସମ୍ପ୍ରଦାୟର ଉଦାସୀନତା ଏବଂ ଅଜ୍ଞତା ପାଇଁ ଦଣ୍ଡ କାରଣ ଜଣେ ବୃଦ୍ଧା ପରିବାର ଚଳାଇବା ପାଇଁ ରୁଟି ଚୋରି କରିବାକୁ ବାଧ୍ୟ ହେବା ଉଚିତ ନୁହେଁ ।

{"id":254951,"sizeSlug":"large"}

ରୁଟି ଚୋରି ହୋଇଥିବା ପ୍ରତେକ ଦୋକାନୀ, ବିଚାରକୁ ଅପେକ୍ଷା କରିଥିବା କିଛି ଲୋକ ଏବଂ ଅନେକ ପୋଲିସ ଅଧିକାରୀଙ୍କ ଠାରୁ ୫୦ ସେଣ୍ଟ ଲେଖାଏଁ ଆଦାୟ ହେଲା । ପରଦିନ ନ୍ୟୁୟର୍କ ସହରର ଗୋଟିଏ ଖବରକାଗଜରେ ଅଭିଯୁକ୍ତ ବୃଦ୍ଧାଙ୍କୁ ୪୭.୫୦ ଡଲାର ଦିଆଯାଇଥିବା କାହାଣୀ ପ୍ରକାଶିତ ହେଲା ।

{"id":254956,"sizeSlug":"large"}

ବିଚାରପତିଙ୍କ ବିଚାରର ନିଷ୍କର୍ଷ ଏହା ଥିଲା ଯେ ଉଦାସୀନ ଲୋକମାନେ ଅନ୍ୟମାନଙ୍କ ଦୁଃଖର କାରଣ ହୋଇପଡିଛନ୍ତି ଏବଂ ଏହି ଅପରାଧ ପାଇଁ ସମସ୍ତେ ଉତ୍ତରଦାୟୀ ଅଟନ୍ତି । ଆମେ ସମସ୍ତେ ଏହି ଦୁନିଆରେ ସଂଯୁକ୍ତ ଅବସ୍ଥାରେ ଅଛନ୍ତି,ଯଦି ଜଣେ ଅସୁବିଧା ଭୋକନ୍ତି, ତେବେ ଆମେ ସମସ୍ତେ ମଧ୍ୟ ତାହା ଭୋଗନ୍ତି ।

{"id":254957,"sizeSlug":"large"}

ଯେପରି କୌଣସି ବ୍ୟକ୍ତି, ପରିବାର କିମ୍ବା ସମ୍ପ୍ରଦାୟ ଅଣଦେଖା ନହୁଅନ୍ତି ଏହାକୁ ନିଶ୍ଚିତ କରିବା ଆମ ଉପରେ ନ୍ୟସ୍ତ । ଅନ୍ୟମାନଙ୍କ ଆବଶ୍ୟକତାକୁ ଅଣଦେଖା କରି ନିଜ ସାମଗ୍ରୀକ ଲାଭର ଯତ୍ନ ନେବା ଆମ ପାଇଁ ବହୁତ ସହଜ ଅଟେ । ସଦଗୁଣ ହେଉଛି ସେହି ଭାଷା ଯାହାକୁ ବଧିରମାନେ ଶୁଣୀ ପାରନ୍ତି ଏବଂ ଅନ୍ଧମାନେ ମଧ୍ୟ ଦେଖି ପାରନ୍ତି : ମାର୍କ ଟ୍ବେନ ।

{"id":254960,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.