Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କଟକରେ ୫ଟି ସଚିବ, ତାଳଦଣ୍ଡା କେନାଲ ବନ୍ଧ ରାସ୍ତା କାମର ତଦାରଖ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରଠୁ ଉନ୍ନୟନ କାର୍ଯ୍ୟର ଲଗାତର ସମୀକ୍ଷା

9/10/2020 at 5:39 PM

କଟକ, ୦୯।୧୦: ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ ଶୁକ୍ରବାର କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି । ତାଳଦଣ୍ଡା କେନାଲ ବନ୍ଧର ବାମ ଓ ଦକ୍ଷିଣ ପାର୍ଶ୍ୱ ରାସ୍ତା କାମର  ଅଗ୍ରଗତି  ସଂପର୍କରେ ସମୀକ୍ଷା କରିଛନ୍ତି ୫ଟି ସଚିବ । ଶ୍ରୀ ପାଣ୍ଡିୟାନଙ୍କ ସହ ପୂର୍ତ୍ତ ଓ ଶକ୍ତି ବିଭାଗର ସଚିବ, ଆରଡିସି ମଧ୍ୟ କଟକ ଗସ୍ତ କରିଥିବା ବେଳେ ସେଠାରେ ସମୀକ୍ଷା ସମୟରେ କଟକ ଜିଲ୍ଲାପାଳ ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ତାଳଦଣ୍ଡା କେନାଲ ରୋଡକୁ ୩ ଲେନ୍ ବିଶିଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରୋଡ୍ ଯୋବ୍ରା ବ୍ୟାରେଜ୍ ନିକଟରେ କଟକ ରିଙ୍ଗ୍ ରୋଡକୁ ସଂଯୋଗ କରିବ । ଏହା ଦ୍ବାରା ଏସସିବି ମେଡିକାଲକୁ ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ଯିବା ଆସିବାରେ ସୁବିଧା ହୋଇପାରିବ । ୫ ଟି ସଚିବଙ୍କ ଏସବୁ କାର୍ଯ୍ୟର ସମୀକ୍ଷା ସମୟରେ ସେଠାରେ  କଟକ ଜିଲ୍ଲାପାଳ, ଆରଡିସି, ପୂର୍ତ୍ତ ଓ ଶକ୍ତି ବିଭାଗର ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରତନିଧି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ଏସସିବି ମେଡିକାଲି ଓ ହସ୍ପିଟାଲରେ ରୋଗୀ ସେବା କାର୍ଯ୍ୟର ବିକାଶ ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକୁ ଖୋଦ୍ ୫ଟି ସଚିବ ଲଗାତାର ଭାବରେ ସମୀକ୍ଷା କରିବା ସହ ନିଜେ କଟକ ଆସି ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଦ୍ଵାରା କେବଳ କଟକ ବାସୀ ନୁହେନ୍ତି ସମଗ୍ର ରାଜ୍ୟବାସୀ ଉତ୍ତମ ଚିକିତ୍ସା ସେବା ପାଇ ପାରିବେ । କଟକ ଏସ ସି ବି ମେଡିକାଲକୁ ଏମସ+  ହସପିଟାଲରେ ପରିଣତ କରିବା ପାଇଁ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ।

ଏହି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ କିଭଳି ତ୍ୱରିତ ବେଗରେ କାର୍ଯ୍ୟ ହେବ ସେ ନେଇ ୫ଟି ସଚିବ କଟକ ଆସି ସମୀକ୍ଷା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ କଟକ ବାସିନ୍ଦା ସ୍ୱାଗତ କରିଛନ୍ତି ।

   Related Posts