Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

18/07/2021 at 9:29 AM

କଟକ, ୧୮/୦୭ :ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ବାବଦରେ ସମୀକ୍ଷା କରିଛନ୍ତି ।

୧.୫୫ କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ ୩.୫୫ କିଲୋମିଟର ହେବ ।

ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୫ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଖାନ ନାଗରରେ ୧୭.୯୧ ଏକର ଜମିରେ ନିର୍ମାଣାଧିନ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ । ଅଗଷ୍ଟ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି। ୫ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗର ସଚିବ ଶ୍ରୀ କ୍ରିଷନ୍ କୁମାର, ସଚିବ ଶ୍ରୀ ଭିନିଲ କ୍ରିଷ୍ଣା, ଆରଡିସି ଏ ଏ କେ ସାମଲ, କଲେକ୍ଟର ବିଏସ ଚଇନୀ, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଆଦି ଉପସ୍ଥିତ ଥିଲେ।

   Related Posts