ପୁରୀରେ 5-T ସଚିବ ଭିକେ ପାଣ୍ଡିଆନ, ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

Published By : Prameya-News7 Bureau | October 14, 2021 IST

ପୁରୀ, ୧୪|୧୦:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାମର ସମୀକ୍ଷା କରିଛନ୍ତି 5-T ସଚିବ ଭି.କେ.ପାଣ୍ଡିଆନ୍ । ପୁରୀ ପେଣ୍ଠକଟା ନିକଟରେ ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ, ଏଠାରେ ଏକ କ୍ରିକେଟ୍ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ୍, ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋର ହଲ୍ ମଧ୍ୟ ନିର୍ମାଣ କରାଯାଉଛି ।

ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟ । ପୁରୀ ହେବ ବିଶ୍ବସ୍ତରୀୟ ଐତିହ୍ୟ ସହର । ଏହି ପ୍ରକଳ୍ପ ଭିତରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ଜଡ଼ିତ ସମସ୍ତ କାର୍ଯ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ପର୍ଯ୍ୟଟନ ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି । ଏଥି ପାଇଁ ଜୋରସୋରରେ କାମ ମଧ୍ୟ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ପୁରୀରେ ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5-T ସଚିବ ଭି.କେ.ପାଣ୍ଡିଆନ୍ । ପୁରୀ ପେଣ୍ଠକଟା ନିକଟରେ ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ ଏଠାରେ ଏକ କ୍ରିକେଟ୍ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ଟେବଲ ଟେନିସ, ଜିମ୍ନାଜିୟମ, ୧୦୦ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଓ ବହୁମୁଖୀ ଇଣ୍ଡୋର ହଲ୍ ମଧ୍ୟ ନିର୍ମାଣ କରାଯାଉଛି ।

ପୁରୀ ଜିଲ୍ଲାରେ କ୍ରୀଡ଼ାର ବିକାଶ, ପୁରୀରେ ଜାଗା ଆଖଡ଼ା ପରମ୍ପରାକୁ ଗୁରୁତ୍ବ ଦେଇ ରେସଲିଂ, ଓ୍ବେଟ୍ ଲିଫ୍ଟିଂ, ବଡି ବିଲଡିଂ, ଯୋଗ, ଜିମନାଷ୍ଟିକ୍, ବକ୍ସିଂ ଭଳି କ୍ରୀଡ଼ା ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲା 5-T ସଚିବ ଭି.କେ. ପାଣ୍ଡିଆନ୍ । ଏଥି ସହ ନୂଆ ସ୍ପୋର୍ଟସ୍ କମ୍ପଲେକ୍ସରେ ଆବାସିକ କ୍ରିକେଟ୍ ଏକାଡେମୀ ଏବଂ ରେସଲିଂ ଏକାଡେମୀ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ 5-T ସଚିବ । ଅବଢ଼ା ଯୋଜନାରେ ଏହି ପ୍ରକଳ୍ପ ୪୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଗମୀ ଦିନରେ ପୁରୀରେ ନିର୍ମାଣ ହେଉଥିବା ଜଗନ୍ନାଥ ଷ୍ଟାଡିୟମରେ ରଣଜି ଟ୍ରଫି ସମେତ ଫାଷ୍ଟ କ୍ଲାସ୍ କ୍ରିକେଟ୍ ମ୍ୟାଚ୍ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ବୁଧବାର ପୁରୀରେ ନିର୍ମାଣଧୀନ ଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବେଳେ 5-T ସଚିବ ଭି.କେ. ପାଣ୍ଡିଆନଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ା ସଚିବ ଆର୍. ଭିନିଲ୍ କ୍ରିଷ୍ଣା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.