କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, କରୋନା ସ୍ଥିତିର କଲେ ସମୀକ୍ଷା

Published By : Prameya-News7 Bureau | April 16, 2020 IST

ଭୁବନେଶ୍ୱର, ୧୬|୦୪:  ଓଡିଶା ସରକାର କରୋନା ଭାଇରସର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ମଧ୍ୟ ତିଆରି କରାଯାଉଛି । ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଗସ୍ତକରି କୋଭିଡ ହସ୍ପିଟାଲର କାମ କିପରି ଚାଲିଛି ତାହାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫ଟି ସଚିବ ଭିକେ ପାଣ୍ଡିଆନ ।ଏହାସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ସୀମାରେ ଲରଡାଉନକୁ କିପରି ପାଳନ କରାଯାଉଛି ସାହାର ସମୀକ୍ଷା କରିବା ସହ କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ କଟକଣା ଯେପରି ବାଧା ନସୃଷ୍ଟି କରେ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

{"id":255291,"width":752,"height":498,"sizeSlug":"large"}
{"id":255292,"width":753,"height":501,"sizeSlug":"large"}

ଉଭୟ ସଚିବ ତିନୋଟି ଜିଲ୍ଲାର କୋଭିଡ ହସ୍ପିଟାଲ କାମ କିପରି ଚାଲିଛି ତାହାର ତଦାରଖ କରିଛନ୍ତି । କେନ୍ଦୁଝରରେ ନିର୍ମିତ ହେଉଥିବା କୋଭିଡ ହସ୍ପିଟାଲରେ ୧୮୦ଟି ଶଯ୍ୟା ଥିବା ବେଳେ ୧୪ଟି ଆଇସିୟୁ ରହିଛି । ଏହାକୁ ଜିଲ୍ଲାର ଡିଏମଏଫ ଫଣ୍ଡରେ ତିଆରି କରାଯାଇଛି । ସେହିପରି ଏଠାରେ ପୂର୍ବରୁ ମଧ୍ୟ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଟାଟା ଷ୍ଟିଲ ତିଆରି କରିଥିଲା ।

{"id":255296,"width":752,"height":501,"sizeSlug":"large"}

ବାଲେଶ୍ୱରରେ ତିଆରି ହୋଇଥିବା କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲାଣି । ଏଥିରେ ୧୨୦ଟି ଶଯ୍ୟା ରହିଥିବା ବେଳେ ୧୨ଟି ଆଇସିୟୁ ସୁବିଧା ରହିଛି । ସେହିପରି ମୟୂରଭଞ୍ଜର ବାରିପଦାରେ ତିଆରି ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେଲାଣି । ଏଥିରେ ୨୦ଟି ଆଇସିୟୁର ସୁବିଧା ରହିଛି । ଏହାକୁ କିମସ୍ ଓ ଓଏମସିର ମିଳିତ ଉଦ୍ୟମରେ ତିଆରି କରାଯାଇଛି ।

{"id":255293,"width":749,"height":499,"sizeSlug":"large"}

ଏହି ସବୁ ଜିଲ୍ଲାରେ ବରିଷ୍ଠ ପୋଲିସ ଅଧିକାରୀ ଓ ରେଞ୍ଜ ଆଇଜିଙ୍କ ସହ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ ଲକଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ଆଲୋଚନା କରିଛନ୍ତି । ଗୋଷ୍ଠୀ ସଂକ୍ରମଣ ରୋକିବା ସହ କୃଷିଜାତ କାର୍ଯ୍ୟରେ ଯେପରି ବାଧା ନ ଉପୁଜେ ସେନେଇ ଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଲକଡାଉନ ସମୟରେ ବିଭିନ୍ନ ସମସ୍ୟା, ଅନ୍ୟ ରାଜ୍ୟର ଶ୍ରମିକଙ୍କ ରକ୍ଷଣାବେକ୍ଷଣ, ମନରେଗା କାମ, ଅସହାୟଙ୍କୁ ଖାଦ୍ୟ ବିତରଣ ଆଦି ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ।

{"id":255294,"width":750,"height":499,"sizeSlug":"large"}

{"id":255295,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.