ବରମୁଣ୍ଡା ସ୍ଥିତ ISBT ପରିଦର୍ଶନ କଲେ 5T ସଚିବ, ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

Published By : Prameya-News7 Bureau | July 25, 2021 IST

ଭୁବନେଶ୍ୱର ୨୫/୭ : ଆଜି ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି 5T ସଚିବ । ତାଙ୍କର ଏହି ଗସ୍ତରେ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ୨୦୨୨ ସୁଦ୍ଧା ଶେଷ ହେବ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ।

wp:gallery {"ids":[485472],"linkTo":"none"} /wp:gallery

ଖଣ୍ଡଗିରିରେ ଥିବା ବସ୍ ଡିପୋରେ ଏକାସଂଗେ ରହିପାରିବ ୩୦୦ ବସ୍ । ଏହାସହ କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ମଧ୍ୟ ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡକୋ କନଷ୍ଟ୍ରକ୍ସନ ସାଇଟରେ 5T ସଚିବ କାମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୀକ୍ଷା କରାଯାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.