ବ୍ୟାପକ ହେବ ଫାଇଭ ଟି - ଅଫିସକୁ ଦୌଡିବାକୁ ପଡିବନି, ଲୋକଙ୍କ ପାଖରେ ପହଁଚିବ ସରକାରୀ ସେବା

Published By : Prameya-News7 Bureau | November 23, 2019 IST

ଭୁବନେଶ୍ୱର ୨୩।୧୧ -  ବ୍ୟାପକ ହେବ ଫାଇଭ ଟି ଚ୍ୟାଟର । ଲୋକଙ୍କ ପାଖରେ ପହଁଚିବ ସରକାରୀ ସେବା । ୨୦୨୦ ଅଗଷ୍ଟ ୧୫ରୁ ଆଉ ଲୋକଙ୍କୁ ସରକାରୀ ସେବା ପାଇବାକୁ ଅଫିସକୁ ଦୌଡିବାକୁ ପଡିବନି । ଅନଲାଇନରେ ସବୁ ସେବା ଯୋଗାଇଦେବେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବିଧାନସଭାରେ ଏହି ଘୋଷଣା କରିଛନ୍ତି । ହେଲେ ବିରୋଧୀ କିନ୍ତୁ ମୋ ସରକାରର ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରିବାକୁ ନାରାଜ । ଅନଲାଇନରେ ସେବା ଯୋଗାଇବା କିଛି ବଡ କଥା ନୁହେଁ ଏହା ଆଗରୁ କରିବାର ଥିଲା  ବୋଲି ବିରୋଧୀ କହିଛନ୍ତି।

{"id":188755,"sizeSlug":"large"}

ହାତ ପାଆନ୍ତାରେ ମିଳିବ ସରକାରୀ ସେବା । ଜରୁରୀ ସରକାରୀ ସେବା ଲାଗି ଆଉ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ଦୈଡିବାକୁ ପଡିବନି । ୨୦୨୦ ଅଗଷ୍ଟ ୧୫ରୁ ଅନଲାଇନରେ ସରକାରୀ ସେବା ଯୋଗାଇଦେବେ ରାଜ୍ୟ ସରକାର ।

{"id":188756,"sizeSlug":"large"}

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏଭଳି ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୦ ସ୍ବାଧୀନତା ଦିବସ ସୁଦ୍ଧା ଜନସାଧାରଣ କୈଣସି କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟକୁ ନଆସି ଅନ୍ଲାଇନ୍‌ରେ ଏହି ସୁବିଧା ପାଇବେ । ସରକାର ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

{"id":188757,"sizeSlug":"large"}

ଏହା ୫-ଟି ଚ୍ୟାଟରର ସବୁଠୁ ବଡ ଲକ୍ଷ୍ୟ । ଏଥିପାଇଁ ବିଧାନସଭାରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକ କିପରି ହାତ ପାଆନ୍ତାରେ ସେବା ପାଇବେ ତାହା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ସରକାରୀ ଦଳର ସଦସ୍ୟ କହିଛନ୍ତି ।

{"id":188758,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣାକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । ଏବେ ଯଦି ସରକାର ମୋ ସରକାର କଥା କହୁଛନ୍ତି ତେବେ ଆଗରୁ କାହା ସରକାର ଥିଲା । ୧୯ ବର୍ଷ ଶାସନରେ ସରକାରଙ୍କ ଏବେ ଲୋକଙ୍କୁ ସେବା ଦେବା କଥା ମନେପଡିଲା । ଏହା କେବଳ ଘୋଷଣା ସର୍ବସ୍ବ । ସରକାର ଏବେ ଯାହା କରୁଛନ୍ତି ତାହା ପୂର୍ବରୁ କରିବାର ଥିଲା ।

ରାଜ୍ୟ ସରକାର ଏବେ ଫାଇଭ-ଟି ଓ ମୋ ସରକାର ଉପରେ ଗୁରୁତ୍ବ ଦେଉଛନ୍ତି । ନିର୍ଦ୍ଧିଷ୍ଟ ସମୟ ସୀମାରେ କିପରି ଲୋକେ ସରକାରୀ ସେବା ପାଇବେ ତାହା ଉପରେ ପ୍ରାଥମିକତା ଦିଆଯାଉଛି । ଥାନା ଓ ଡାକ୍ତରଖାନାରେ ଏବେ ମୋ ସରକାର ଲାଗୁ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା ଆଉ ୫ଟି ବିଭାଗରେ ମୋ ସରକାର ଲାଗୁ ପାଇଁ ଯୋଜନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.