ପାଞ୍ଚଜଣ ଛାତ୍ରମିଶି ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ୫ ମାସ ହେଲା କରୁଥିଲେ ବ୍ଲାକମେଲିଂ, ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ
5/07/2019 at 1:24 PM

ମାଙ୍ଗାଲୋର: ପୁଣି ସାମ୍ନାକୁ ଆସିଲା ଏକ ଲଜ୍ଜାଜନକ ଘଟଣା। ମାଙ୍ଗାଲୋର ପୁତ୍ତୁରର ଏକ ପ୍ରସିଦ୍ଧ କଲେଜରେ ପାଠ ପଢ଼ୁଥିବା ୫ଜଣ ଛାତ୍ର ଜଣେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହ ଦୀର୍ଘ ୬ମାସ ହେଲା ବ୍ଲାକମେଲିଂ କରିଆସୁଥିଲେ । ଗତ ବୁଧବାର ଦିନ ମହିଳା ଜଣଙ୍କୁ ଦୁର୍ବୃତ୍ତମାନେ ପୁଣି ବ୍ଲାକମେଲିଂ କରି ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି । ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ବିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।
ଗତ ଜାନୁଆରୀ ମାସରେ ପ୍ରଥମେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ । ପରବର୍ତ୍ତୀ ସମୟରେ ମହିଳାଙ୍କ ସହ ଗଣଦୁଷ୍କର୍ମ ହେବା ସମୟର ଆପତ୍ତିଜନକ ଭିଡିଓ ଦେଖାଇ ଦଳିତ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ଏହି ପାଞ୍ଚଜଣ ଛାତ୍ର। ସେହି ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ପୋଲିସ ପାଞ୍ଚଜଣ ଛାତ୍ରଙ୍କୁ ଗିରଫ କରିଛି। ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଛାତ୍ରଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ସେମାନେ ଏକ ହଷ୍ଟେଲରେ ରହି ପୁତ୍ତୁରର ନାମିଦାମି କଲେଜରେ ପାଠ ପଢ଼ୁଥିଲେ।
ଗଣଦୁଷ୍କର୍ମର ଚାରିମାସ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଯାହାକି ଭିଡିଓ ଭାଇରାଲରୁ ପୋଲିସ ପାଇଥିଲା ବଳିଷ୍ଠ ତଥ୍ୟ। ସେହି ତଥ୍ୟକୁ ଆଧାର କରି ଦୁଷ୍କର୍ମକାରୀ ଛାତ୍ରମାନଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ପୀଡ଼ିତାଙ୍କ କହିବାନୁଯାୟୀ, ଏହି ଘଟଣା ଜାନୁୟାରୀ ଓ ମାର୍ଚ୍ଚ ମାସ ଭିତରେ ତାଙ୍କ ସହ ଘଟିଛି। ପୀଡ଼ିତା ଜଣଙ୍କ ଗୋଟି ଗୋଟି କରି ଘଟଣା ବାବଦରେ ପୋଲିସଙ୍କୁ ଅବଗତ କରାଇଥିଲେ। ପାଞ୍ଚଜଣଙ୍କୁ ସେ ପୂର୍ବରୁ ଜାଣିଥିଲେ ଓ ସେମାନଙ୍କ ସହ ମସେ ଗୋଟେ କଲେଜରେ ପାଠ ପଢ଼ୁଥିଲେ ବୋଲି ପୀଡ଼ିତା କହିଛନ୍ତି।
ଘଟଣାନୁଯାୟୀ, ପାଞ୍ଚଜଣ ଛାତ୍ରଙ୍କ ମଧ୍ୟରୁ ସୁନୀଲ ନାମକ ଛାତ୍ର ଯୁବତୀଙ୍କୁ ଦେଖା କରିବା ଲାଗି ଡ଼ାକିଥିଲେ। ସେ ତାଙ୍କୁ ଦଖାକରିବା ସମୟରେ ଆଉ ଚାରି ଜଣ ଛାତ୍ର ଯୁବତୀଙ୍କୁ କାବୁ କରିନେଇଥିଲେ। ଏକ ନୀଳ ରଙ୍ଗର ଗାଡ଼ି ବସାଇ ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇଥିଲେ। ସେହି ସ୍ଥାନରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଘଟଣା ସମ୍ପର୍କରେ ଦକ୍ଷିଣ କାନ୍ନାଡ଼ା ଜିଲ୍ଲାର ପୁତ୍ତୁର ମହିଳା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଅଧିକ ଅନୁସଂଧାନ ପାଇଁ ଦୁଇ ଜଣିଆ ମହିଳା ପୋଲିସ ଟିମ୍ ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଏସପି ବିଏମ ଲକ୍ଷ୍ମୀ ପ୍ରସାଦ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକାରୀମାନେ ହେଲେ ପ୍ରଖ୍ୟଥ ସେଟ୍ଟୀ ଓ ସୁନୀଲ ଗୌଡ଼ା, କିଶାସ ପ୍ରଜଓ୍ବାଲା ଓ ଗୁରୁନନ୍ଦନ ଥ। ଏହି ଘଟଣା ମାଙ୍ଗାଲୋରେ ଆଲୋଡ଼ନ ସୃଷ୍ଟି କରିଛି।