Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ମହୁଲ ଗୋଦାମରେ ଅବକାରୀ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ଚଢ଼ାଉ…

17/06/2020 at 9:11 PM

ମୟୁରଭଞ୍ଜ୧୭/୬: ମୟୁରଭଞ୍ଜ ଜିଲ୍ଲା ଜଶୀପୁରଠାରେ ଏକ ବେଆଇନ ଭାବେ ଥିବା ମହୁଲ ଗୋଦାମରେ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ମହୁଲ ଜବତ କରିବା ସହ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ଜଶୀପୁର ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ । ଗତକାଲି ଦିନ ୧୦ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ  ଜଶୀପୁର ପୁରୁଣା ବଜାରରେ ଥିବା ଗୋଦାମରେ ଏହି ଚଢ଼ାଉ ଜାରି ରହିଥିଲା। ତେବେ ଜବତ ହୋଇଥିବା ମହୁଲର ପରିମାଣ ୩ଟନ କ୍ବିଣ୍ଟାଲ ବୋଲି ଜଣା ପଡିଥିବା ବେଳେ ଏହାର ବଜାର ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ଜଣେ ଅଭିଯୁକ୍ତ ବ୍ୟବସାୟୀ ପ୍ରିଆଁଶୁ ରାମକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

   Related Posts