Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଆସନ୍ତା ମାସରୁ ମିଳିବ ୫ଜି ସ୍ପିଡ୍ ଇଣ୍ଟରନେଟ, କେବଳ କିଛି ଗ୍ରାହକ ପାଇବେ ସୁବିଧା

22/05/2019 at 2:00 PM

ଦେଶରେ ୫ଜି ସେବା ଲାଗୁ କରିବା ପାଇଁ ସବୁ ଟେଲକମ୍‌ କମ୍ପାନୀ ଆସନ୍ତା ମାସରୁ ଟ୍ରାୟଲ ଆରମ୍ଭ କରିବେ। ଏହି ଟ୍ରାୟଲ ୩ ମାସ ଯାଏଁ ଚାଲିବ। ଦୂରସଂଚାର ବିଭାଗ ଚଳିତ ବର୍ଷ ଶେଷ ଆଡକୁ ୫ଜି ସେବାର ଆରମ୍ଭ କରିବାର ଯୋଜନା କରିଛି।୨୦୨୦ ମସିହାରେ ସମଗ୍ର ଦେଶରେ ୫ଜି ସେବାଲାଗୁ ହେବ।

ଏହି ସପ୍ତାହ ସବୁ ଟେଲକମ କମ୍ପାନୀକୁ ଟ୍ରାୟଲ ପାଇଁ ସ୍ପେକ୍‌ଟ୍ରମର ଲାଇସେନ୍ସ ଦିଆ ଯିବ। ଏହି ଲାଇସେନ୍ସ ଏବେ କେବଳ ୩ ମାସ ଯାଏଁ ଦିଆଯିବ। ଏଥିପାଇଁ ତିନି-ତିନି ମୋବାଇଲ କମ୍ପାନୀମାନଙ୍କୁ ଓ ଦୂର ସଂଚାର ସେବା ଦେଉଥିବା କମ୍ପାନୀକୁ ଚୁକ୍ତି ହିସାବରେ ଲାଇସେନ୍ସ ଦିଆଯିବ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ସହ ସାମସଙ୍ଗ ୫ଜି ସେବାକୁ ଟ୍ରାୟଲ କରିପାରିବ। ଅପରପକ୍ଷରେ ନୋକିଆ ସହ ମିଶି ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଏରିକସନ ସହ ମିଶି ଦେଶରେ ଲାଗୁ ହେବାକୁ ଯାଉଥିବା ୫ଜି ନେଟୱାର୍କକୁ ଟ୍ରାୟଲ କରିବେ।   

ଦିଲ୍ଲୀର କନଟପ୍ଲେସ ଅଞ୍ଚଳରେ ଏବେ ଏହି ଟ୍ରାୟଲ ଆରମ୍ଭ କରାଯିବ। ଏଥି ପାଇଁ କମ୍ପାନୀ ତାଙ୍କର କିଛି ଜଣା ଶୁଣା ଗ୍ରାହକଙ୍କ ସହ ମିଶି ଏହି ପରୀକ୍ଷଣ ଆରମ୍ଭ କରିବେ। ତିନି ମାସ ଭିତରେ ଯଦି ଦୂରସଂଚାର କମ୍ପାନୀମାନଙ୍କୁ ଟ୍ରାୟଲ କରିବା ପରେ କିଛି ଭଲ ଫଳାଫଳ ମିଳେ ତାହେଲେ ଏହି ଲାଇସେନ୍ସର ଅବଧି ବଢାଯିବ। ଦରକାର ପଡିଲେ ଗୋଟେ ବର୍ଷ ଯାଏଁ ଅବଧି ବଢାଯିବ।

ଟ୍ରାୟଲ ସମ୍ପୂର୍ଣ୍ଣ ଭାବେ ଶେଷ ହେଲା ପରେ ସ୍ପେକ୍‌ଟ୍ରମର ନିଲାମି ଆରମ୍ଭ ହେବ। ଏହା ପରେ କମ୍ପାନୀ ନେଟୱାର୍କକୁ ବିସ୍ତାର କରିବାର ଯୋଜନା କରିବ। ୫ଜି ଟେକ୍‌ନିକ୍‌ ଆରମ୍ଭ ହେବା ପରେ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିଳ୍ପାୟନ ବିକାଶ ଭଳି କିଛି ସମସ୍ୟାର ଶୀଘ୍ର ସମାଧାନ ହେବାର ଆଶା ରଖିଛନ୍ତି।

ଏମିତିରେ ନୂଆ ସରକାରଙ୍କ ସାମ୍ନାରେ ଏହି ନୂଆ ନେଟୱାର୍କ ଆରମ୍ଭ କରିବା ସବୁଠୁ ବଡ ଚ୍ୟାଲେଞ୍ଜ। କାରଣ ଏହି ନେଟୱାର୍କ ଦ୍ବାରା ଅନେକ ଜିନିଷର ବିକାଶ ହେବ।

   Related Posts