ଆସୁଛି ୫ଜି: ମାତ୍ର ୭ ସେକେଣ୍ଡରେ ଡାଉନଲୋଡ଼ କରିବେ ପୁରା ଫିଲ୍ମ, ଦୂରରେ ଥାଇ ରୋଗୀଙ୍କ ଯାଞ୍ଚ ମଧ୍ୟ କରିପାରିବେ ଡାକ୍ତର, ଆଉ କ'ଣ କ'ଣ ସୁବିଧା ପାଇବେ ଜଣାନ୍ତୁ...

Published By : Prameya-News7 Bureau | January 04, 2019 IST

ଦିଲ୍ଲୀ ୪/୧ : ଚଳିତ ବର୍ଷ ୨୦୧୯ରେ ଇଣ୍ଟରନେଟରେ ଏକ ବଡ ଧମାକା ହେବାକୁ ଯାଉଛି | ଆଉ କିଛି ମାସ ପରେ ଆପଣଙ୍କ ଫୋନରେ ଆପଣ ପାଇବେ ୫ଜି ସେବା | ଏହି ସେବା କେବଳ ସ୍ମାର୍ଟ ଫୋନରେ ନୁହେଁ ବରଂ ଅନ୍ୟ ଉପକରଣ ପାଇଁ ମଧ୍ୟ ଉପାଦେୟ | ଏଥିରେ ସାମିଲ ଅଛି ସୁରକ୍ଷା କ୍ୟାମେରା, ଦ୍ରୋନ, କାର, ଉଦ୍ୟୋଗୀକ ରୋବଟ ସାମିଲ ରହିଛି ଯେଉଁସବୁ ଉପକରଣ ପରସ୍ପରକୁ ଟ୍ରାଫିକ ଡାଟା ପଠାଇଥାନ୍ତି | ଏହି ନୂଆ ଯୁଗ ମୋବାଇଲ ଇଣ୍ଟରନେଟକୁ ଗତି ପ୍ରଦାନ କରି ବର୍ତ୍ତମାନର ୪ଝି କୌଶଳଠୁ ଆଗକୁ ନେଇଯିବ | ୫ଜି ସେବା ଆରମ୍ଭ ହେବାପରେ ଲୋକେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ଫିଲ୍ମ ଡାଉନଲୋଡ଼ କରିପାରିବେ | ସବୁଠାରୁ ବଡ ଫାଇଦା ମିଳିବ ଭିଡିଓ ଗେମ, ଖେଳ ଏବଂ ସିପିଙ୍ଗ କ୍ଷେତ୍ରରେ |

{"id":70239,"width":584,"height":438}

୫ଜି ଅର୍ଥାତ ଦ୍ରୁତ ଇଣ୍ଟରନେଟ | ୫ଜିକୁ ମୋବାଇଲ ଇଣ୍ଟରନେଟ ଦୁନିଆର ପଞ୍ଚମ ପିଢ଼ି ବୋଲି କୁହାଯାଇପାରିବ | କିଛି ବର୍ଷର ଅନ୍ତରାଳରେ ପ୍ରତ୍ୟେକଥର ମୋବାଇଲ ଇଣ୍ଡଷ୍ଟ୍ରି ପୂର୍ବ ଅପେକ୍ଷା ଭଲ ଇଣ୍ଟରନେଟ ସ୍ପିଡ଼ ପାଇଁ ନିଜକୁ ଅପଗ୍ରେଡ଼ କରିଥାଏ | ୫ଜି ନେଟୱାର୍କ ୧ ସେକେଣ୍ଡରେ ୪.୫ ଗିଗାବାଇଟ ସ୍ପିଡ଼ରେ ଡାଉନଲୋଡ଼ କରିବ | ୩ଜି ଏବଂ ୪ଜି ତୁଳନାରେ ୫ଜିରେ ୨୦ ଗୁଣ ଶୀଘ୍ର ଡାଟା ଡାଉନଲୋଡ଼ ଏବଂ ଟ୍ରାନ୍ସଫର କରାଯାଇପାରିବ | ଏଥିରେ ଏକାଥରକେ ଅନେକ ଡିଭାଇସ ବା ଯନ୍ତ୍ର ଯୋଡ଼ା ଯାଇପାରିବ | ୫ଜି ଆସିବା ପରେ ଏଚଡ଼ି ଭିଡିଓ ଦୁନିଆରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ | ୫ଜି ସ୍ପିଡ଼ରେ ଏକ ସାମାନ୍ୟ ଫିଲ୍ମକୁ ମାତ୍ର ୭ ସେକେଣ୍ଡରେ ଡାଉନଲୋଡ଼ କରାଯାଇପାରିବ | ୪ଜି ସ୍ପିଡ଼ରେ ଗୋଟିଏ ଫିଲ୍ମକୁ ଡାଉନଲୋଡ଼ କରିବା ପାଇଁ ୬ ମିନିଟ ସମୟ ଲାଗିଥାଏ | ସେମସଂଗ ନିକଟରେ ୫ଜି ସ୍ମାର୍ଟ ଫୋନର ପ୍ରୋଟୋଟାଇପ ପ୍ରଦର୍ଶନ କରିଥିଲା | ଏହି ପ୍ରତିଯୋଗିତାରେ ଅନେକ ସ୍ମାର୍ଟ ଫୋନ କମ୍ପାନୀ ସାମିଲ ଅଛନ୍ତି | କିନ୍ତୁ ଏପଲ ସ୍ମାର୍ଟ ଫୋନ ଏହି ପ୍ରତିଯୋଗିତାରେ ସାମିଲ ହୋଇନାହିଁ | ଏପଲର ୫ଜି ସ୍ମାର୍ଟ ଫୋନ ଆସନ୍ତା ୨୦୨୦ ମସିହାରେ ବଜାରକୁ ଆସିବ |

{"id":70240,"width":580,"height":435}


୫ଜି ନେଟୱାର୍କ ଆସିବ ପରେ ଆମେ ସମସ୍ତ ଯାନ୍ତ୍ରିକ ବ୍ୟବହାର୍ଯ୍ୟ ମେସିନକୁ ପରସ୍ପର ସହ ଯୋଡି ପାରିବା | ୫ଜି ନେଟୱାର୍କ ଆସିବା ପରେ ଆର୍ଟିଫିସିଆଲ ଇନ୍ଟାଲିଜେନ୍ସ ଟେକ୍ନୋଲୋଜି ବଢିବାର ଆଶା କରାଯାଉଛି | ୨୦୧୯ରେ ଏହାର ବ୍ୟବହାର ସ୍ୱାସ୍ଥ୍ୟ, ସାଇବର ସିକ୍ୟୁରିଟି, ସପୋର୍ଟ ସେବା, କୃଷି, ପରିବହନ ଇତ୍ୟାଦି ପାଇଁ ବଢିବା ବୋଲି କୁହାଯାଉଛି |


୫ଜି ସେବା ଆରମ୍ଭ ପରେ ସ୍ୱୟଂ ଚାଳିତ କାରର ଏ-ୱାନ କମ୍ପନେଣ୍ଟରେ କିଛିଟା ସୁଧାର ଅଣାଯିବ | ସ୍ୱୟଂ ଚାଳିତ କାରରେ ମାର୍ଗ ଦର୍ଶନ ହେଇପାରୁନାହିଁ ଯାହାଫଳରେ କାର ଚଳାଇବା ପାଇଁ ମଣିଷର ହସ୍ତକ୍ଷେପ ଦରକାର ପଡିଥାଏ | କିନ୍ତୁ ୫ଜି ସେବା ଆରମ୍ଭ ପରେ ସ୍ୱୟଂ ଚାଳିତ କାରର ସ୍ୱରୂପ ଏବଂ ଗତି ବଦଳିଯିବ | ୫ଜି ସେବାରେ କାର ଟ୍ରାଫିକ ଏବଂ ମ୍ୟାପ ସହିତ ଜଡିତ ଡାଟା ସଂଗ୍ରହ କରିପାରିବେ | ଏହା ଅଟୋମେଟିକ ଟ୍ରାଫିକ ଲାଇଟ ସଂଚାଳନ କରି ଟ୍ରାଫିକରେ ଗାଡି ଯାମ ହେବା ସ୍ଥିତିରୁ ରକ୍ଷା କରିବ |

{"id":70241,"width":586,"height":365}


୫ଜି ସେବା ଆରମ୍ଭ ପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣରେ ଏକ ସେନ୍ସର ଜଡିତ ହୋଇ ରହିବ | ଏହି ସେନ୍ସର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତି କ୍ଷଣର ସମସ୍ତ ତଥ୍ୟ ପ୍ରଦାନ କରିବ | ଯାହାଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ପୂର୍ବାପେକ୍ଷା ଭଲ ହୋଇଯିବ | ଉଦାହରଣ ସ୍ୱରୂପ: ଯଦି ଆପଣ ଜଣେ ଡାକ୍ତର ଅଛନ୍ତି ତାହେଲେ ଆପଣ ଦୂରରେ ବସି ମଧ୍ୟ ରୋଗୀଙ୍କ ଯାଞ୍ଚ କରିପାରିବେ | ଏପରିକି ଆପଣ ଯଦି ବାହାର କୌଣସି ଦେଶରେ ଅଛନ୍ତି ତାହେଲେ ନିଜ ଦେଶରେ ରୋଗୀଙ୍କ ଚିକିତ୍ସା କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.