ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି 5G Jio ସିମ୍ : ମାତ୍ର ୨୦ଟଙ୍କାରେ ମିଳିବ ୩ମାସ ପର୍ଯ୍ୟନ୍ତ ସବୁ କିଛି ଫ୍ରି
23/12/2018 at 2:39 PM

ନୂଆଦିଲ୍ଲୀ ୨୩/୧୨: ଦେଶର ସବୁଠୁ ପ୍ରସିଦ୍ଧ ଉଦ୍ୟୋଗପତି ମୁକେଶ ଅମ୍ବାନୀ Jio ଜରିଆରେ ସାରା ଭାରତରେ 4Gକୁ ପ୍ରସାର ଲାଭ କରିଛନ୍ତି। ଗ୍ରାହକଙ୍କୁ Jio ନିଜ ଆଡ଼କୁ ବହୁଳ ଭାବେ ଆକର୍ଷିତ କରିଛି। ଯାହା ଦ୍ବାରା Jio ସମସ୍ତ କମ୍ପାନୀର ବ୍ୟାଣ୍ଡ ବଜାଉଛି।
Jio କମ୍ପାନୀ ନିଜ 5G ନେଟଓ୍ବାର୍କ ନେଇ ଖୁବ୍ ଶୀଘ୍ର ଆସୁଅଛି। ଭାରତୀୟ ଗ୍ରାହକ କିଛି ଦିନ ପରେ 5Gର ମଜା ଉଠାଇ ପାରିବେ। ଏହି ନେଟଓ୍ବାର୍କକୁ ୨୦୧୯ରେ ଚୀନରେ ପରୀକ୍ଷଣ କରାଯିବ। ଏହାପରେ ୨୦୨୦ମସିହାରେ ଭାରତରେ ଆନୁଷ୍ଠନିକଭାବେ ଲଞ୍ଚ୍ କରାଯିବ। ରିଲାଏନ୍ସ ଜିଓର କହିବା ଅନୁସାରେ ପ୍ରିଭିୟୁ ଅଫର୍ ଜରିଆରେ ଗ୍ରାହକଙ୍କୁ 5G ଇଣ୍ଟରନେଟର ସୁବିଧା ୨୦୨୦ ଜାନୁୟାରୀ ସୁଦ୍ଧା ଉପଲବ୍ଧ କରାଯିବ। ସୂଚନା ଅନୁସାରେ Jio 5G ସିମର ମୂଲ୍ୟ କେବଳ ୨୦ଟଙ୍କା ରହିବ। ଏଥିରେ ଗ୍ରାହକଙ୍କୁ ୩ମାସ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଅନଲିମିଟେଡ୍ କଲର ସୁବିଧା ମିଳିବ।