ଦେଶରେ ଆରମ୍ଭ ହେବ 5-G ସେବା : ୨୦୨୬ ସୁଦ୍ଧା ଭାରତର ୩୫ କୋଟି ଲୋକଙ୍କ ପାଖରେ ଥିବ 5-G ସୁବିଧା

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ଖୁବଶୀଘ୍ର ବିଶ୍ବରେ ପ୍ରବେଶ କରିବ 5-G । ଇରିକସନ୍ ଟେଲିକମ୍ କମ୍ପାନୀର ରିପୋର୍ଟ ଅନୂଯାୟୀ ୨୦୨୬ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୩.୫ ବିଲିୟନ ଏବଂ ଭାରତରେ ୩୫୦ ମିଲିୟନ ଲୋକଙ୍କ ନିକଟରେ 5-G ସଂଯୋଗ ପହଞ୍ଚିବ । ତେବେ ଭାରତ ଆସନ୍ତାବର୍ଷ ଅର୍ଥାତ ୨୦୨୧ରେ ପ୍ରଥମ 5-G ସଂଯୋଗ ପାଇପାରେ ବୋଲି କମ୍ପାନୀ ମୁଖ୍ୟ ନୀତିନ ବଂଶଲ କହିଛନ୍ତି ।

{"id":370420,"width":580,"height":444,"sizeSlug":"large"}

ସୋମବାର ପ୍ରକାଶ ପାଇଥିବା ଇରିକସନ୍ ମୋବିଲିଟି ରିପୋର୍ଟ ୨୦୨୦ ଅନୂଯାୟୀ ବିଶ୍ବରେ ପ୍ରାୟ ୧ ବିଲିୟନ ଲୋକଙ୍କ ଅର୍ଥାତ ୧୫ ପ୍ରତିଶତ ଲୋକଙ୍କ ନିକଟରେ 5-G କଭରେଜ୍ ସୁବିଧା ଉପଲବ୍ଧ ହୋଇସାରିଲାଣି । ତେବେ ଆକଳନ ଅନୂଯାୟୀ ୨୦୨୬ ସୁଦ୍ଧା ବିଶ୍ବର ପ୍ରାୟ ୬୦ ପ୍ରତିଶତ ଅର୍ଥାତ ୩.୫ ବିଲିୟନ ଲୋକଙ୍କ ନିକଟରେ ଏହି ସୁବିଧା ପହଞ୍ଚିବ । ସେହିଭଳି ୨୦୨୬ ସୁଦ୍ଧା ଭାରତରେ ମଧ୍ୟ ୩୫୦ ମିଲିୟନ ଲୋକଙ୍କ ପାଖରେ 5-G ଉପଲବ୍ଧ ହେବ ।

ଇରିକସନ୍ ଟେଲିକମ୍ କମ୍ପାନୀର ମୁଖ୍ୟ ନୀତିନ ବଂଶଲ କହିଛନ୍ତି ଭାରତରେ ୨୦୨୧ରେ ପ୍ରଥମ 5-G ସେବା ଉପଲଲବ୍ଧ ହୋଇପାରେ । ଏକ ରିପୋର୍ଟ ଅନୂଯାୟୀ ଭାରତରେ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାର ହେଉଛି । ଭାରତରେ ସ୍ମାର୍ଟ ଫୋନ ବ୍ୟବହାରକାରୀ ପ୍ରତିମାସରେ ହାରାହାରି ୧୫.୭ ଜିବି ଡାଟା ବ୍ୟବହାର କରନ୍ତି । ସେହିଭଳି ୨୦୨୬ ସୁଦ୍ଧା ଭାରତରୁ 3-G ଯୁଗ ଶେଷ ହୋଇଯିବ ବୋଲି ଏକ ରିପୋଟର୍ର୍ରେ ପ୍ରକାଶ ପାଇଛି ।

{"id":370421,"width":580,"height":307,"sizeSlug":"large"}

ଏବେ ଭାରତରେରେ 4-G ଟେକ୍ନୋଲୋଜି ଚାଲୁ ରହିଛି । ତେବେ ଦେଶରେ ଏବେ ୭୧୦ ମିଲିୟନ 4-G ୟୁଜର ଅଛନ୍ତି । ତେବେ ଆକଳନ ଅନୂଯାୟୀ ୨୦୨୬ ସୁଦ୍ଧା ଦେଶରେ 4-G ୟୁଜର ସଂଖ୍ୟା ୮୨୦ ମିଲିୟନକୁ ବୃଦ୍ଧି ପାଇବ । ଭାରତରେ ଏବେ ୬୭ ପ୍ରତିଶତ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଏହି ସଂଖ୍ୟା ୨୦୨୬ ବେଳକୁ ୯୧ ପ୍ରତିଶତରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.