ସୈାନ୍ଦର୍ଯ୍ୟରେ ସାନ ଭଉଣୀଙ୍କଠୁ ମଧ୍ୟ ଫିକା ପଡ଼ିଯାଆନ୍ତି ବଲିଉଡର ଏହି ୫ଜଣ ଅଭିନେତ୍ରୀ: ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | October 23, 2018 IST

ମୁମ୍ବାଇ ୨୩/୧୦: ବଲିଉଡର କେତେକ ଅଭିନେତ୍ରୀ ଏଭଳି ମଧ୍ୟ ଅଛନ୍ତି ଯେଉଁମାନଙ୍କର ସାନ ଭଉଣୀମାନେ ମଧ୍ୟ ବଲିଉଡରେ ପ୍ରବେଶ କରିବା ପାଇଁ ସଜବାଜ ହେଉଛନ୍ତି। ଏହି ୫ଜଣ ଅଭିନେତ୍ରୀଙ୍କ ସାନ ଭଉଣୀଙ୍କ ସୈାନ୍ଦର୍ଯ୍ୟ ଆଗରେ ତାଙ୍କ ସୁନ୍ଦରତା ପଡ଼ିଯାଏ। ଆଜି ଜାଣିବା ଏମାନଙ୍କ ବିଷୟରେ ୧.କୃତି ସାନନ ଏବଂ ନୂପୁର ସାନନ: ବଲିଉଡର ପ୍ରସିଦ୍ଧା ଅଭିନେତ୍ରୀ କୃତି ସାନନ ନିଜର ଜବରଦସ୍ତ ଅଭିନୟ ଏବଂ ସୈାନ୍ଦର୍ଯ୍ୟ ବଳରେ ବଲିଉଡରେ ସଫଳତା ହାସିଲ କରିଛନ୍ତି। ତାଙ୍କ ଭଉଣୀ ନୂପୁର ସାନନ ମଧ୍ୟ କୃତି ସାନନଙ୍କ ଭଳି ବହୁତ ସୁନ୍ଦର। ସେମାନଙ୍କ ଫଟୋ ସବୁବେଳେ ସୋଶିଆଲ ମିଡିଆରେ ଦେଖିବାକୁ ମିଳେ। ଯାହାକୁ ଦେଖି ଜଣାଯାଏ ଏମାନେ ପରସ୍ପରର ଖୁବ୍ ନିକଟତର। ୨.ଦୀପିକା ପାଦୁକୋଣ ଏବଂ ଅନିଶା ପାଦୁକୋଣ: ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ସାନ ଭଉଣୀ ଅନିଶା ପାଦୁକୋଣ ପେଶାରେ ଜଣେ ଗଲ୍ଫର ଏବଂ ସୈାନ୍ଦର୍ଯ୍ୟ ମାମଲାରେ ଦୀପିକାଙ୍କ ଠାରୁ କମ୍ ନୁହେଁ। ସେ ବଲିଉଡ୍ ପାଇଁ ଏତେ ଆଗ୍ରହୀ ନୁହେଁ ବରଂ ସେ ଗଲ୍ଫ କ୍ଷେତ୍ରରେ ଦେଶର ନାଁକୁ ଗର୍ବିତ କରିବାକୁ ଚାହୁଁଛନ୍ତି। ୩.କ୍ୟାଟରିନା କୈଫ ଇସାବେଲ କୈଫ: କ୍ୟାଟରିନା କୈଫଙ୍କ ଭଉଣୀ ଇସାବେଲ କୈଫ  ମଧ୍ୟ ତାଙ୍କ ଭଳି ବହୁତ ସୁନ୍ଦର। ଦୁହେଁ ସୋଶିଆଲ ମିଡିଆରେ ସବୁବେଳେ ପୋଷ୍ଟ କରନ୍ତି ।ଲୋକମାନେ ତାଙ୍କ ଫଟୋରେ ବହୁତ ଲାଇକ ଆଉ କମେଣ୍ଟ ଦିଅନ୍ତି। ୪.ୟାମୀ ଗୈାତମୀ ଏବଂ ସୁରିଲି ଗୈାତମୀ: ୟାମୀ ଗୈାତମୀଙ୍କ ସୁନ୍ଦରୀ ସାନ ଭଉଣୀ ସୁରିଲି ଗୈାତମୀ ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ସୁରିଲି କିନ୍ତୁ ବିବାହିତା। ୫.ତାପସୀ ପାନ୍ନୁ ଏବଂ ଶଗୁନ ପାନ୍ନୁ: ତାପସୀ ପାନ୍ନୁଙ୍କ ସାନ ଭଉଣୀ ମଧ୍ୟ ତାଙ୍କ ଭଳି ସୁନ୍ଦରୀ। ସେ ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.